ଭୁବନେଶ୍ୱର : ସ୍ମାର୍ଟ ମିଟରରେ ଅଧିକ ବିଲ ଅଭିଯୋଗ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେଭି ସିଂଦେଓ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଟେକ୍ନୋଲୋଜି ସହ ଯୋଡିବାକୁ ହେଲେ ସ୍ମାର୍ଟ ମିଟର ଲଗାଇବାକୁ ହିଁ ପଡିବ । ଏହା ଭାରତ ସରକାରଙ୍କ ଗାଇଡଲାଇନରେ ଅଛି । ସ୍ମାର୍ଟ ମିଟରକୁ ନେଇ ଯାହାର ଅଭିଯୋଗ ଅଛି । ସେମାନେ ଲିଖିତ ଭାବେ ଜଣାନ୍ତୁ । ସାଧାରଣ ମିଟର ନେଇ ଟେଷ୍ଟ କରି ଦେଖାଇ ଦିଆଯିବ । ଏବେ ଯାଏଁ ଲୋକଙ୍କ ସୁଇଚ ବନ୍ଦ କରିବାର ଅଭ୍ୟାସ ଯାଇନି ।