ବ୍ୟୁରୋ : ଆମେରିକା ନିର୍ବାଚନକୁ ନେଇ କାହାର ହେବ ହ୍ୱାଇଟ ହାଉସ । କିଏ ଏଣ୍ଟ୍ରି ମାରିବ ହ୍ୱାଇଟ ହ୍ୱାଇସରେ ଏସବୁକୁ ଜାଣିବା ପାଇଁ ସାରା ଦେଶ ଅପେକ୍ଷାରେ ରହିଛନ୍ତି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା ବାଛିବା ପାଇଁ କାଲି ଭୋଟ ଦେବ ଆମେରିକା ା ଏନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛ । ଆମେରିକାର ପରବର୍ତ୍ତୀ କିଏ ହେବ ଏନେଇ ଚର୍ଚା ଜୋର ଧରିଛି । ୨୦୨୪ ରଷ୍ଟ୍ରପତି ନିର୍ୱାଚନ ପାଇଁ ଏଥର ହେବାକୁ ଯାଉଛି କଡା ମୁକାବିଲା । ଭାରତୀୟ ବଂଶୋଭବ ଡେମୋକ୍ରାଟିକ ଫ୍ରାର୍ଥୀ କମଲା ହାରିସ ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ଟକ୍କର ଭିତରେ ଆଡଭାନ୍ସ ଭୋଟିଂରେ ଭାଗ ନେଲେଣି ସାଢେ ସାତ ଲକ୍ଷ ମତଦାତା । ୪୮ ଘଣ୍ଟା ପରେ ହ୍ୱାଇଟ ହାଉସର ବସ କିଏ ହେବ ତାହା ସ୍ପଷ୍ଟ ହୋଇଯିବ । ଏଥର ନିର୍ବାଚନରେ ବୃହତ ବ୍ୟବଧାନରେ ନିର୍ବାଚନ ଜିତିବେ ବୋଲି ଦୁଇଟି ପ୍ରାର୍ଥୀ ଦୃଢ ଆଶାବାଦୀ ହୋଇଛନ୍ତି । ୨୭୦ ପାର କରି କିଏ ହ୍ୱାଇଟ ହାଉସରେ ପାଦ ରଖିବେ ତାକୁ ଜନତା ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ଲଢି ଥରେ ନିର୍ବାଚିତ ହୋଇଛନ୍ତି ଟ୍ରମ୍ପ ।