24.1 C
Bhubaneswar
Monday, April 6, 2026
Homeଓଡିଶାକଂଗ୍ରେସ ବିଧାୟକ ଦଳର ନେତା କିଏ ହେବ, ଚର୍ଚ୍ଚାରେ ତାରା ପ୍ରସାଦ ବାହିନୀପତି

କଂଗ୍ରେସ ବିଧାୟକ ଦଳର ନେତା କିଏ ହେବ, ଚର୍ଚ୍ଚାରେ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ସୋମବାରଠାରୁ ବିଧାନସଭା ଅଧିବେସନ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏପର୍ୟ୍ୟନ୍ତ କଂଗ୍ରେସ ବିଧାୟକ ଦଳର ନେତା କିଏ ହେବେ ତାହା ସ୍ଥିର ହୋଇନି । ତେବେ ଏହି ଦୌଡ଼ରେ ତାରା ପ୍ରସାଦ ବାହିନୀପତି ଆଗରେ ରହିଥିବା ଚର୍ଚ୍ଚା ହେଉଛି । ଏନେଇ ତାରା ପ୍ରସାଦ ବାହିନୀପତି ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ କରିବେ ।ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ। ଏହାପୂର୍ବରୁ ଆଜି ସର୍ବଦଳୀୟ ବୈଠକ ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ । ବଜେଟ ଅଧିବେଶନକୁ ସୁରୁଖୁରରେ ପରିଚାଳନା ଲାଗି ବାଚସ୍ପତି ବିରୋଧୀଦଳଙ୍କ ସହଯୋଗ ଲୋଡିବେ । ଏହି ବୈଠକ ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ ନିଯୁକ୍ତ ହେବେ । ସେହିପରି ୨୩ ତାରିଖରେ ଉପବାଚସ୍ପତି ଲାଗି ନାମାଙ୍କନ ପତ୍ର ଦାଖଲ ହେବ । ସେହିଦିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ କରାଯିବ । ୨୪ରେ ଫଳାଫଳ ଘୋଷଣା ହେବ । ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ତାଙ୍କର ପ୍ରଥମ ବଜେଟ ଉପସ୍ଥାପନ କରିବେ । ଅର୍ଥ ବିଭାଗକୁ ନିଜ ପାଖରେ ରଖିଥିବାରୁ ମୁଖ୍ୟମନ୍ତ୍ରୀ ନିଜେ ବଜେଟ ଉପସ୍ଥାପନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking