25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶକିଏ ହେବେ ବାଚସ୍ପତି : ଓମ୍‌ ବିର୍ଲା ବନାମ କେ. ସୁରେଶ

କିଏ ହେବେ ବାଚସ୍ପତି : ଓମ୍‌ ବିର୍ଲା ବନାମ କେ. ସୁରେଶ

ନୂଆଦିଲ୍ଲୀ : ଏନ୍‌ଡିଏର ବାଚସ୍ପତି ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ଟକ୍କର ଦେବେ କେ.ସୁରେଶ। ଲୋକ ସଭା ବାଚସ୍ପତି ପଦକୁ ନେଇ ସହମତ ହୋଇ ନ ପାରିବା ପରେ ବିରୋଧୀ ଦଳ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ବାଚସ୍ପତି ପଦ ପାଇଁ ବିରୋଧୀ ନିଜ ପ୍ରାର୍ଥୀ ଘୋଷଣା କରିଛି। କେ. ସୁରେଶଙ୍କୁ ବିରୋଧୀ ଦଳର ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରାଯାଇଛି। ସେ ଏଥିପାଇଁ ନାମାଙ୍କନ ଭରିଛନ୍ତି। ଅନ୍ୟପକ୍ଷରେ ଓମ ବିର୍ଲା ଏନଡିଏ ପକ୍ଷରୁ ଲୋକ ସଭା ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେଣୁଗୋପାଲ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା ପରେ ସହମତି ହୋଇପାରି ନାହିଁ। ଏଣୁ ବିରୋଧୀ ଦଳ ଲୋକ ସଭା ବାଚସ୍ପତି ନିର୍ବାଚନ ଲଢ଼ିବେ। ବିରୋଧୀ ଦଳକୁ ଉପ-ବାଚସ୍ପତି ପଦବୀ ଦେବାକୁ ସରକାର ଅନିଚ୍ଛା ପ୍ରକାଶ କରୁଥିବା ସେ ଅଭିଯୋଗ କରିଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କହିଛନ୍ତି ଯେ ବିରୋଧୀ ଦଳକୁ ଡେପୁଟି ସ୍ପିକର ପଦ ପ୍ରଦାନ କରିବାର ପରମ୍ପରା ରହିଛି। କିନ୍ତୁ ଏଯାଏ କୌଣସି କଲ୍‌ ଆସିନାହିଁ। ତେଣୁ ବିଜେପିର ଉଦ୍ଦେଶ୍ୟ ଆଦୌ ସ୍ୱଚ୍ଛ ନୁହେଁ, ପ୍ରକୃତରେ ମୋଦି କୌଣସି ସହମତି ଓ ସହଯୋଗ ଚାହୁଁନାହାଁନ୍ତି ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ତେବେ ବୁଧବାର ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଶାସକ ଦଳ ଏବଂ ବିରୋଧୀଙ୍କ ସହମତି ଅନୁଯାୟୀ ବାଚସ୍ପତି ନିର୍ବାଚିତ ହେଉଥିଲେ। କିନ୍ତୁ ଏଥର ଏହି ପରମ୍ପରା ଭାଙ୍ଗିବାକୁ ଯାଉଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking