21.1 C
Bhubaneswar
Monday, January 19, 2026
Homeଓଡିଶାପ୍ରକୃତ ବିଶ୍ୱାସଘାତକ କିଏ: ଶ୍ରୀମୟୀ

ପ୍ରକୃତ ବିଶ୍ୱାସଘାତକ କିଏ: ଶ୍ରୀମୟୀ

ଭୁବନେଶ୍ୱର: ବିଜେଡିକୁ ପୁଣି ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ । ଏଥର ସୋସିଆଲ ମିଡିଆରେ ଦଳର ସଭାପତିଙ୍କ ଉଦ୍ଦେଶ୍ୟରେ ଶ୍ରୀମୟୀ ମିଶ୍ର ପୋଷ୍ଟ କରିବା ସହିତ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି । ଦୁଇ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରି ଅନୁଶାସନର ପାଠ ପଢାଯାଉଛି । କୁହାଯାଉଛି ସେମାନେ ଦୁର୍ନୀତିଗ୍ରସ୍ତ ଏବଂ ବିଶ୍ୱାସଘାତକ । କିନ୍ତୁ ପ୍ରକୃତ ବିଶ୍ୱାସଘାତକ କିଏ ବୋଲି ଶ୍ରୀମୟୀ ମିଶ୍ର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପ୍ରଶ୍ନ କରିଛନ୍ତି । ନବୀନଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି, ଏବେ ଦଳ ପ୍ରତି ନିଜେ ନିଜ ଜାଲରେ ଛନ୍ଦି ହୋଇଯାଇଛନ୍ତି ।ବୟସ୍କ ବ୍ୟକ୍ତି ବୋଲି ସମ୍ମାନ ଦେଉଛୁ ସତ କିନ୍ତୁ ତାଙ୍କର ଅଣ ଓଡିଆ ମୋହ ଆଜି ଓଡିଶାବାସୀଙ୍କୁ ବାରମ୍ବାର ଅପମାନିତ କରୁଛି । ଜଣେ ଭଣ୍ଡ ସନ୍ନ୍ୟାସୀଙ୍କ ହାତରେ ସର୍ବସ୍ୱ ଟେକି ଦେଇ ଅନେକ କର୍ମୀଙ୍କ ରକ୍ତ ଏବଂ ଝାଳରେ ଗଢା ହୋଇଥିବା ଏହି ଦଳକୁ ସେ ଆଜି ତିଳତିଳ କରି ନଷ୍ଟ କରିବାରେ ଲାଗିଛନ୍ତି । ସେହି ଦୁଇ ବିଧାୟକଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ସାର୍ବଜନୀନ କରି ଦଳ ପ୍ରତି ନିଜର ନିରପେକ୍ଷତା ପ୍ରମାଣିତ କରିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି । ବୋଧ ହୁଏ ଓଡିଆଙ୍କ ସ୍ୱାଭିମାନଙ୍କୁ ଦଳିଦେବା ପାଇଁ ଦଳ ପ୍ରତି ଜାଣି ଶୁଣି ଏହି ତାମିଲ ଦମ୍ପତ୍ତିଙ୍କୁ ଦାୟିତ୍ୱ ଟେକିଦେଇଛନ୍ତି । ଏହା କୌଣସି ରାଜନୀତି ନୁହେଁ, ବରଂ ନିଜ ଲୋକଙ୍କ କଷ୍ଟ ଦେଇ ସାଡିଷ୍ଟିକ ପ୍ଲେଜର ପାଇବାର ଏକ ହୀନ ପ୍ରୟାସ ବୋଲି ସେ କହିଛନ୍ତି । ଓଡିଶାର ମାଟି ବିଶ୍ୱାସଘାତକତାର ବ୍ରାଣ୍ଡ ଆମ୍ବାସଡରଙ୍କୁ କେବେ କ୍ଷମା ଦେବନାହିଁ ବୋଲି ପୋଷ୍ଟ କରିଛନ୍ତି, ଶ୍ରୀମୟୀ ମିଶ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking