26.1 C
Bhubaneswar
Thursday, March 26, 2026
Homeଓଡିଶାସୁନା ମାଫିଆ ରମେଶ ମାଝୀଙ୍କର ଘନିଷ୍ଟ ନେତା କିଏ?

ସୁନା ମାଫିଆ ରମେଶ ମାଝୀଙ୍କର ଘନିଷ୍ଟ ନେତା କିଏ?

ଭୁବନେଶ୍ୱର: ସାରା ରାଜ୍ୟରେ ନାରୀ ନିର୍ଯାତନା, ଅତ୍ୟାଚାର ଓ ଦୁଷ୍କର୍ମକୁ ନେଇ ରାଜ୍ୟବାସୀ ଭୟାକୁଳ ଓ ଦୁଃଖରେ ଥିବାବେଳେ ନୁର୍ନୀତିକୁ ନେଇ ଏକ ସାଂଘାତିକ ଘଟଣା ଘଟିଛି । ଗତ ୨୩ ତାରିଖରେ ସୁନା ନିବେଶ ନାମରେ ୨୦ କୋଟି ଟଙ୍କାର ଠକେଇ କରିଥିବା ରମେଶ ମାଝୀଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ଯେ ରମେଶ ମାଝୀର ବିଭିନ୍ନ ବିଜେପି ନେତାଙ୍କ ସହ ଥିବା ଫଟୋ ବର୍ତ୍ତମାନ ପଦାକୁ ଆସିଲାଣି । ବିଶେଷକରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ଘନିଷ୍ଠତା ଅଛିବୋଲି ସୂଚନା ମିଳୁଛି । ମୁଖପାତ୍ର ସୋନାଲି ସାହୁ ଭାରତୀୟ ଜନତାପାର୍ଟି ଉପରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ ଯେଉଁଦଳ ଦୁର୍ନୀତିଶୂନ୍ୟ ସରକାର ବୋଲି ଦମ୍ଭୋକ୍ତି ଦେଖାନ୍ତି ତାଙ୍କ ଦଳର ବଡ଼ ବଡ଼ିଆ ନେତାଙ୍କ ସୁନା ନିବେଶ ଠକ ରମେଶ ମାଝୀ ସହ ଫଟୋ କେମିତି ପଦାକୁ ଆସୁଛି । ଠକ ମାଝୀର ବିଜେପି କାର୍ଯ୍ୟାଳୟରେ ଫଟୋ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଫଟୋ ଏବଂ ବିଶେଷ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ସହିତ ତାଙ୍କ ଫଟୋ ବର୍ତ୍ତମାନ ଭୁବନେଶ୍ୱରରେ ଚର୍ଚ୍ଚାର ବିଷୟ ହୋଇଛି ।

ଠକ ମାଝୀଙ୍କ ସହିତ ସମ୍ପର୍କକୁ ନେଇ ସାଂସଦ ଅପରାଜିତା ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ମୁଖପାତ୍ର ସାହୁ ଆହ୍ୱାନ ଜଣାଇଛନ୍ତି । ନାରୀ ନିର୍ଯାତନା ବାବଦରେ ସମ୍ପୂର୍ଣ୍ଣ ମୁଖ ବନ୍ଦ ରଖିଥିବା ସାଂସଦ ଷଡ଼ଙ୍ଗୀ ବାଲି, ଡ୍ରଗ୍ସ, ପଥର ଏବଂ ଖଣି ମାଫିଆଙ୍କ ସହିତ ସମ୍ପର୍କ ରହିବା ଆଶ୍ଚର୍ଯ୍ୟର ବିଷୟବସ୍ତୁ । ବିଏମସି ଅଫିର ମାଡ଼ମରା ଘଟଣାକୁ ନେଇ ଜେଲ ଯାଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜେଲରୁ ବାହାରିଲା ବେଳେ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ସ୍ୱାଗତ କରାଯାଇଥିଲା । ସେହି ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ପ୍ରଧାନଙ୍କ ସାଥିରେ ଠକ ମାଝୀର ସମ୍ପର୍କ ଥିବା ଶୁଣାଯାଉଛି । ନୀତି ଆଦର୍ଶର କଥା ବଖାଣୁଥିବା ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଶ ପଣ୍ଡାଙ୍କ ସହିତ ରମେଶର ଫଟୋ ପଦାକୁ ଆସିଛି । ଏତେଗୁଡ଼ିଏ ବିଜେପି ନେତାଙ୍କ ସହିତ ସୁନାନିବେଶ ମାଫିଆ ରମେଶ ମାଝୀର କ’ଣ ସମ୍ପର୍କ ଅଛି ଏବେ ସାରା ଭୁବନେଶ୍ୱରରେ ଚାଲିଛି ଚର୍ଚ୍ଚା । କଂଗ୍ରେସ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଜନୀ କୁମାର ମହାନ୍ତି, ମୁଖପାତ୍ର ସୋନାଲି ସାହୁଙ୍କ ସମେତ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking