15.1 C
Bhubaneswar
Tuesday, January 13, 2026
Homeଓଡିଶାକୁଆଡ଼େ ଗଲା ପୌରପରିଷଦ ଅଳିଆବୁହା ବ୍ୟାଟେରୀ ଗାଡ଼ି

କୁଆଡ଼େ ଗଲା ପୌରପରିଷଦ ଅଳିଆବୁହା ବ୍ୟାଟେରୀ ଗାଡ଼ି

ତାଳଚେର : ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତାଳଚେର ସହରବାସୀଙ୍କ ସୁବିଧା ଲାଗି କ୍ରୟ କରାଯାଇଥିବା ଯାତ୍ରୀ ଓ ଅଳିଆ ଆବର୍ଜନାବୁହା ବ୍ୟାଟେରୀ ଚାଳିତ ଗାଡ଼ି ଦୀର୍ଘଦିନ ହେବ ପୌରପରିଷଦରୁ କୁଆଡ଼େ ଉଭାନ ହୋଇଯାଇଛି ବୋଲି ଲୋଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଗୁଡ଼ାଏ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗ୍ୟାରେଜ ଘରେ ପଡ଼ି ରହିଥିଲା ଓ ଅନ୍ୟ ଗୁଡ଼ିକ ତାଳଚେର ରାଣୀପାର୍କ ବସଷ୍ଟାଣ୍ଡ ପାଶ୍ୱର୍ରେ ରହିଥିବା ପୌରଗୃହରେ ଅଚଳ ଅବସ୍ଥାରେ ପଡ଼ି ରହିଥଲା କିନ୍ତୁ ସେ ଗୁଡ଼ିକ ଏବେ ଆଉ ଦେଖିବାକୁ ମଳୁନାହିିଁ। ସେଗୁଡ଼ିକୁ ମରାମତି କରି କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉଥିବା କିମ୍ବା କୌଣସି କାରଣବସତଃ ସେଗୁଡ଼ିକ ବ୍ୟବହାର କରାଗଲା ନାହିଁ ତାହା ଅସ୍ପଷ୍ଟ। ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜନେତା ଭାଷଣବାଜି କରୁଥିବା ବେଳେ ତାଳଚେରର ବିଭିନ୍ନ ଏକ୍ଷେତ୍ରରେ ନୀରବତାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଠିଛି ପ୍ରଶ୍ନ?

ଅଣୁଜୈବ ଖତ ବା ସାର ପ୍ରସ୍ତୁତି ପାଇଁ ୱାର୍ଡ଼ବାସୀଙ୍କ ବାହାରୁଥିବା ଓଦା ଓ ଶୁଖିଲା ଅଳିଆ ନିମନ୍ତେ ଏହି ଯାନ ଗୁଡ଼ିକ ବ୍ୟବହାର ହେଉଥିଲା ଏବଂ ଏହି ଯାନ ଗୁଡ଼ିକରେ କିନ୍ନରମାନଙ୍କୁ ନିୟୋଜିତ କରାଯାଇ ତାଙ୍କ ପାଇଁ ରୋଜଗାର ର ବାଟ ମଧ୍ୟ ହୋଇଥିଲା। କିନ୍ତୁ ଏବେ ଏଗୁଡ଼ିକ ଗଲା କୁଆଡ଼େ ଅଚଳାବସ୍ଥାରେ ପଡ଼ି ରହିଛି କି, ସରକାର ଏଗୁଡ଼ିକୁ ଚଳାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପ୍ରାରମ୍ଭରେ ୨୧ଗୋଟି ୱାର୍ଡ଼ରେ ସକାଳ ସମୟରେ ଅଳିଆବୁହା କାର୍ଯ୍ୟରେ କିନ୍ନରମାନଙ୍କୁ ନିୟୋଜିତ ଯୋଗୁଁ କିଛିକାଂଶରେ ବେରୋଜଗାରୀ ରୋଜଗାର କ୍ଷମ ହୋଇପାରୁଥିଲେ ବୋଲି ବିଭିନ୍ନ ମହଲରୁ ଶୁଣାଯାଉଥିଲା। ତେବେ କିନ୍ନରମାନେ ଯେଉଁ ହାରରେ କାର୍ଯ୍ୟାଳୟ ଆଖପାଖରେ ଦେଖା ଯାଉଥିଲେ ଏବେ ତାହା ଆଉ ଦେଖାଯାଉ ନାହାନ୍ତି ଏବଂ ସେମାନେ ଏବେ କରୁଛନ୍ତି କ’ଣ? ଏଠି ପ୍ରଶ୍ନ ଉଠେ, କେଉଁ ନୀତିନିୟମ ଆଧାରରେ କମ୍ପାନୀ ପକ୍ଷରୁ ପୌରପରିଷଦକୁ ଏହି ବ୍ୟାଟେରୀ ଚାଳିତ ଯାନ ଯୋଗାଇ ଦିଆଯାଇଥିଲା। କମ୍ପାନୀ ନା’ ପୌରପରିଷଦ ଏହି ଯାନ ଗୁଡ଼ିକୁ ମରାମତି କରିବା ଦିଗରେ ନୀରବତା ଅବଲମ୍ବନ କରୁଛନ୍ତି ତାକୁ ନେଇ ସହରରେ଼ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଉଚ୍ଚକର୍ତୁପକ୍ଷ ଓ ଜିଲ୍ଳା ପ୍ରଶାସନ ଏଦିଗରେ ତୁରନ୍ତ ଧ୍ୟାନଦେବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking