ଭୁବନେଶ୍ୱର: ଯାଜପୁର ଲୋକଙ୍କ ପାଖରେ କେବେ ପାନୀୟ ଜଳ ପହଞ୍ଚିବ? ବିଜେଡି ସରକାରର ଗୁମର ଖୋଲିଲେ ଯାଜପୁର ବିଧାୟିକା ସୁଜାତା ସାହୁ । ୨୦୧୭ରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା, ଏ ପର୍ଯ୍ୟନ୍ତ ସରିନାହିଁ । ଏନେଇ ପଞ୍ଚାୟତିରାଜ ଏବଂ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଉତ୍ତର ରଖିଛନ୍ତି । ପୂର୍ବ ସରକାର ୮ ବର୍ଷରେ ପାଣି ଦେଇ ପାରିଲେନି, ଏବେ ବିଧାୟିକା ପାଣି ମାଗୁଛନ୍ତି । ଦଶରଥପୁର ପାନୀୟ ଜଳ ପ୍ରୋଜେକ୍ଟ ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ସରିବ । ଏସଇଙ୍କ ସହ ଯୋଗାଯୋଗ କରିବାକୁ ବିଧାୟିକାଙ୍କୁ ଅନୁରୋଧ କଲେ ମନ୍ତ୍ରୀ ।










