ନୂଆଦିଲ୍ଲୀ: ଶୁଭାଂଶୁ ଶୁକ୍ଲା ରଚିଲେ ଇତିହାସ । ପୃଥୀବି ପୃଷ୍ଠକୁ ଫେରିଲେ ଶୁଭାଂଶୁ ଶୁକ୍ଲା । ଗତକାଲି ଅପରାହ୍ନ ୪ଟା ୪୫ ମିନିଟ ସମୟରେ ମହାକାଶ ଷ୍ଟେସନରୁ ସ୍ପେସ-ଏକ୍ସ ଡ୍ରାଗନରେ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କ ସହିତ ଆକ୍ସିଅମ-୪ ମିଶନ ରେ ଯାଇଥିବା ଚାରି ଜଣିଆ ଦଳ ସୋମବାର ସନ୍ଧ୍ୟା ପ୍ରାୟ ୪:୫୦ ରେ ଆଇଏସଏସକୁ ବିଦାୟ ଦେଇଥିଲେ । ସ୍ପେସଏକ୍ସର ଡ୍ରାଗନ୍ ମହାକାଶଯାନ ‘ଗ୍ରେସ୍’ ଏବେ ସାଢ଼େ ୨୨ ଘଣ୍ଟାର ଯାତ୍ରା ପରେ ଆଜି ଭାରତୀୟ ସମୟ ପ୍ରାୟ ୩ଟାରେ ଆମେରିକାର କାଲିଫର୍ନିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅବତରଣ କରିଛନ୍ତି । ଆଇଏସଏସରେ ୧୮ ଦିନର ରହଣି ଭିତରେ ଜୀବବିଜ୍ଞାନ, କୁତ୍ରିମ ବୁଦ୍ଧିମତା, ପଦାର୍ଥ ବିଜ୍ଞାନ ଓ ମାନବ ସ୍ବାସ୍ଥ୍ୟ ଉପରେ ୬୦ରୁ ଅଧିକ ଉନ୍ନତ ବୈଜ୍ଞାନିକ ପରୀକ୍ଷଣ ଶେଷ କରିଛନ୍ତି । ଗତ ଜୁନ୍ ୨୫ ତାରିଖରେ ଆକ୍ସିଅମ- ଫୋର୍ ମିଶନରେ ଅନ୍ୟ ୩ଜଣ ମହାକାଶଚାରୀଙ୍କ ସହ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର -ଆଇଏସଏସକୁ ଯାଇଥିଲେ ଭାରତର ଶୁଭାଂଶୁ ଶୁକ୍ଲା। ପୃଥିବୀକୁ ଫେରିବା ପରେ ପରିବେଶ ସହ ଖାପ ଖୁଆଇବା ପାଇଁ ଏବେ ପ୍ରସ୍ତୁତି ଚାଲିଛି । ଶୁଭାଂଶୁ ଇଣ୍ଟର ନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ଯିବା ଏତେ ସହଜ ହୋଇ ନଥିଲା । ଆକ୍ସିଅମ -ଫୋର ମିସନ ବିଭିନ୍ନ ବୈଷୟିକ ତ୍ରୁଟି ଯୋଗୁ ବାରମ୍ୱାର ସ୍ଥଗିତ ରହିଥିଲା। ଜୁନ୍ ୧୦ ତାରିଖରେ ଆକ୍ସିଅମ ଫୋର୍ ମିସନ ପାଇଁ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିଲା । ପରେ ବିଭିନ୍ନ କାରଣରୁ ଏହି ମିସନ ବାରମ୍ୱାର ସ୍ଥଗିତ ରହିଥିଲା । ଶେଷରେ ଜୁନ୍ ୨୫ରେ ମହାକାଶକୁ ଯାତ୍ରା କରିଥିଲେ ଶୁଭାଂଶୁ ।









