21.1 C
Bhubaneswar
Monday, February 2, 2026
Homeଓଡିଶାସଭିଏଁ ପାଠ ପଢ଼ିବେ କାଗଜ କଲମ କଥା ରହି ଗଲା ଏହି ଶିକ୍ଷା ଯୋଜନା ଦିଗହରା

ସଭିଏଁ ପାଠ ପଢ଼ିବେ କାଗଜ କଲମ କଥା ରହି ଗଲା ଏହି ଶିକ୍ଷା ଯୋଜନା ଦିଗହରା

ଯାଜପୁର : ସମସ୍ତ ବାଳକ ବାଳିକା ମାନଂକୁ ଶିକ୍ଷା ଡିଆ ଯିବ ସଭିଏଁ ପାଠ ପଢିବେ ସର୍ବ ଶିକ୍ଷା ଯୋଜନା ପ୍ରୟନ ହେଲା ସ୍କୁଲ୍ ଗୁଡିକ ଚକା ଚକା ଚକ କାର ଗଲା ଏହି ଯୋଜନାରେ କୋଟି କୋଟି ଟଙ୍କା ବିନିଯୋଗ କାରା ଗଲା l ଏବେ ଏହି ଯୋଜନା ଦିଗ ହରା ହୋଇ ଯାଇଚି ସ୍କ୍ଲଲ ଗୁଡ଼ିକ ରେ ଶିକ୍ଷକ ଅଭାବ ଓ ଶିକ୍ଷା ଦାନ ରେ ଶିକ୍ଷକ ମାନଂକ ଗୁଣାତ୍ମକ ଶିକ୍ଷା ଦାନ ର ମାନ କମି ଯାଉ ଥିବାରୁ ବାହୁ ଚାତ୍ର ଛାତ୍ରୀ ବେସରକାରୀ ସ୍କୁଲ୍ କୁ ମୁଂହlଉଛନ୍ତି l ଏବ ବାହୁ ଛାତ୍ର ଛାତ୍ରୀ ବହି ସେଲ୍ଟ କୁ ଛାଡି ଗାଈଆଳ ସାଜିଛନ୍ତି ଓ ପ୍ଲାଷ୍ଟିକ ଜରି ଗୋଟାଇବା ଦେଖା ଯାଉଚି ପ୍ରଚଳିତ ଶିକ୍ଷା ଅବସ୍ଥା ଯୋଗୁ ଏପରି ଅବସ୍ଥା ଦେଖା ଯାଉଚି l ଏ ସଂପର୍କ ରେ ଶିକ୍ଷା ବିଭାଗ ଜିଲ୍ଳା ପ୍ରଶାସନ ଜନ ପ୍ରତିନିଧି ଙ୍କ ନିଦ ଭଙ୍ଗୁ ନାହିଁ l ଏହାର ଦୃଷ୍ଟାନ୍ତ ଦେଖିବକୁ ମିଳୁଛି ଜିଲ୍ଲା ର ବାହୁ ସ୍ଥାନ ରେ l ସୁକିନ୍ଦା ବ୍ଲକ ର ପାଠ ଛାଡ଼ି ଗୋରୁ ଚରାଉଛନ୍ତି ୨ ଅନାଥ ନାବାଳକ ଦୁହିଁଙ୍କୁ ଭାରି ପଡ଼ିଛି ପରିବାର ବୋଝ ପାଠ ଛାଡ଼ି ଗୋରୁ ଚରାଉଛନ୍ତି ୨ ଅନାଥ ନାବାଳକ। ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ ଜାରଗିସାହିର ସ୍ବର୍ଗତ ୨ ଦମ୍ପତି ଚାନ୍ଦୁ ଓ ଜିରୁ ବାରଜଙ୍କ ପୁଅ ବାଜାଇ(୧୨) ଏବଂ ଜିଙ୍ଗି ଓ ମହାନ୍ତି ସିଧୁଙ୍କ ପୁଅ ଗୁରୁଚରଣ(୧୩) କଅଁଳ ବୟସରେ ପରିବାର ବୋଝ ମୁଣ୍ଡେଛନ୍ତି। ଅଭାବ ଅନଟନ ପାଇଁ ହଜି ଯାଇଛି ସେମାନଙ୍କ ଚପଳତା। ସକାଳୁ ସଞ୍ଜ ନିୟମିତ ଗାଁ ପାଖ ଜଙ୍ଗଲରେ କଟୁଛି ଏହି ଦୁଇ ଅନାଥ ବାଳକଙ୍କ ପିଲାଦିନ। ପ୍ରତିଦିନ ଭୂଲୁଣ୍ଠିତ ହେଉଛି ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଶୈଶବ।
୩ ବର୍ଷ ଓ ସାନଉଉଣୀ ଜଙ୍ଗାକୁ ୩ ମାସ ହୋଇଥିବା ସମୟରେ ସେମାନେ ୬ ମାସ ମଧ୍ୟରେ ମାଆବାପାଙ୍କୁ ହରାଇଥିଲେ। ଅନାଥିନୀ ଜଙ୍ଗା ସେହିଦିନରୁ ପିଉସୀ ନାନୀ ଘରେ ରହୁଥିବା ଜଣାପଡ଼ିଛି। ବାଜାଇଙ୍କୁ କୋଳେଇ ନେଇଥିଲେ ବଡ଼ବାପା ମାନସିଂହ ବାରଜ। ଖଡ଼ି ଛୁଇଁବା ବୟସରୁ ବାଜାଇ ହାତରେ ପାଞ୍ଚଣ ଧରି ବଡ଼ବାପାଙ୍କ ସହ ଗୋରୁ ଚରାଇବାକୁ ଯାଉଥିଲା। ନିଜେ ନିରକ୍ଷର ଥିବା ମାନସିଂହ କେବେ ବି ପୁତୁରାର ଭବିଷ୍ୟତ ଓ ପାଠପଢ଼ାକୁ ନେଇ ଚିନ୍ତା କରିନଥିବା ଜଣାପଡ଼ିଛି। ସେହିପରି ‌୩ ବର୍ଷ ମଧ୍ୟରେ ଯକ୍ଷ୍ମା ରୋଗଗ୍ରସ୍ତ ମାଆବାପାଙ୍କୁ ହରାଇଥିବା ଗୁରୁଚରଣ ଗତବର୍ଷ ସପ୍ତମ ଶ୍ରେଣୀ ପରେ ପାଠ ଛାଡ଼ିଥିବା କହନ୍ତି। ସେ ଗୋରୁଗାଈ ନଚରାଇଲେ ତାଙ୍କୁ ଗୋରୁ ଜଗାରଖା କାମ କିଏ କରିବ ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ। ଚାଷବାସ ପାଇଁ ତାଙ୍କ ଗୁହାଳର ବଳଦ ଖୋଜା ପଡ଼ୁଥିବା ଏବଂ ବାଛୁରୀ ଥିଲେ ଗାଈ ବିକ୍ରୟ ଯୋଗ୍ୟ ହୋଇଥିବାରୁ ‌ ଗୋରୁଗାଈ ଦାୟିତ୍ବ ରୋଜଗାରର ମାଧ୍ୟମ ବୋଲି ସେ ସ୍ପଷ୍ଟ ଉତ୍ତର ରଖିଥିଲେ। ସ୍କୁଲରେ ପିଲାମାନଙ୍କୁ ମାଗଣା ଭୋଜନ ସାଙ୍ଗକୁ ବିଭିନ୍ନ କିସମର ପୋଷାକ, ବହି, ବ୍ୟାଗ୍‌, ଜୋତା ଓ ମୋଜା ‌ ମିଳୁଥିବା ଜାଣିଥିଲେ ହେଁ ପରିବାର ବୋଝ ପାଇଁ ପିଲା ୨ଟା ପାଠରୁ ଦୂରେଇ ରହିଥିବା ନେଇ ମନଊଣା କରି କହିଥିଲେ ସେହି ଗ‌ାଁର କାଇରି ମୁଣ୍ଡା।
ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ଖୋଜି ସ୍କୁଲ ମୁହାଁ କରାଇବା ଦିଗରେ ସରକାର ଓ ମାଳମାଳ ସ୍ବେଚ୍ଛାସେବୀ ବୃତ୍ତଚିତ୍ର ନିର୍ମାଣ କରି ସଫଳତା ଡିଣ୍ଡିମ ପିଟୁଥିବା ସ୍ଥ‌ଳେ ଏହି ଅନାଥ ବାଳକ ଦ୍ବୟ ପାଖେ ବ୍ୟବସ୍ଥା ଓ ସମଗ୍ର ଶିକ୍ଷା ଯୋଜନା ହାର୍‌ ମାନିଛି। ବିଭାଗୀୟ ଆନ୍ତରିକତା ଅଭାବରୁ ଏଠାରେ ସମଗ୍ର ଶିକ୍ଷା, ଶିକ୍ଷା ଅଧିକାର ଆଇନ ଓ ଶିଶୁ ଶିକ୍ଷା ଅଧିକାର ବାଟ ହୁଡ଼ିଛି। ଏ ସଂପର୍କରେ ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଦାସଙ୍କୁ ଯୋଗାଯୋଗ କରିବାରେ ପ୍ରସଙ୍ଗକୁ ସମ୍ବେଦନଶୀଳ ଦର୍ଶାଇ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ। ସର୍ବ ଶିକ୍ଷା ଯୋଜନା ରେ ସଂଭିଏ ପାଠ ପଢ଼ିବେ କେବଳ ସ୍ଲୋଗ୍ଲାନ ରେ ସିମୀତ ରହି ଯାଇଚି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking