ଭୁବନେଶ୍ୱର: କିସରେ ଛାତ୍ର ହତ୍ୟା ଘଟଣାରେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, କିସକୁ ଆଉଥରେ ଯିବୁ , ପରିବେଶକୁ ଅନୁଧ୍ୟାନ କରିବୁ । ପିଲାଙ୍କ ପାଠପଢା, ଖାଦ୍ୟ ରହଣି ଆଦି ବ୍ୟବସ୍ଥା ଅନୁଧ୍ୟାନ କରିବୁ । ଛାତ୍ର ମୁତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ପୋଲିସକୁ ମାଗିଛୁ । କିସ କର୍ତ୍ତୃପକ୍ଷଙ୍କୁ ମଧ୍ୟ ରିପର୍ଟ ମାଗିଛୁ । ଅନ୍ୟପଟେ ଶିକ୍ଷା ଅନୁଷ୍ଠାନରଗୁଡିକର ଅବ୍ୟବସ୍ଥାକୁ ନେଇ ପୂର୍ବତନ ଏସସି/ ଏସଟି ମନ୍ତ୍ରୀ ପରମା ପୂଜାରୀ ଉଦବେଗ ପ୍ରକାଶ କରିଛନ୍ତି । ହତ୍ୟା ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତାଙ୍କୁ ଦାୟୀ କଲେ ପରମା ପୂଜାରୀ । ଶିକ୍ଷାନୁଷ୍ଠାନରେ ପିଲାଙ୍କ ଜୀବନ ଚାଲିଯିବା ନିନ୍ଦନୀୟ ଘଟଣା ଅଟେ । ଏସସି/ ଏସଟି ପିଲାଙ୍କ ପ୍ରତି ହେଉଥିବା ଘଟଣା ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାଦାୟକ ଅଟେ । ବିଭାଗୀୟ ମନ୍ତ୍ରୀ ଅଧିକାରୀ ତଦାରଖ କରିବା ଉଚିତ । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ଦରକାର । ସୂଚନାଥାଉକି, କିଛି ଦିନ ତଳେ କିସରେ ପଢୁଥିବା ୯ ମ ଶ୍ରେଣୀ ଆଦିବାସୀ ଛାତ୍ରର ମୃତ୍ୟୁ ହୋଇଥିଲା ।










