20.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶନିଟ୍‍ ପରୀକ୍ଷା କେଁ ; ଆଜି ହେବ ସୁପ୍ରିମକୋର୍ଟ ଶୁଣାଣି

ନିଟ୍‍ ପରୀକ୍ଷା କେଁ ; ଆଜି ହେବ ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ : ନିଟ୍‍ ପରୀକ୍ଷାକୁ ନେଇ ଆଜି ସୁପ୍ରିମକୋର୍ଟରେ ପୁଣି ଥରେ ଶୁଣାଣି ହେବାକୁ ଯାଉଛି । ତେବେ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ବିବାଦ ଦେଖାଦେବା ପରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା । ତେବେ ଜୁଲାଇ ୮ରେ ଏହାର ଶୁଣାଣି କରି ତଦନ୍ତକାରୀ ସଂସ୍ଥା ସିବିଆଇ, କେନ୍ଦ୍ର ସରକାର ଓ ଏନଟିଏକୁ ବୁଧବାର ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ । ଗତ ସୋମବାର ଦିନ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ପ୍ରଶ୍ନପତ୍ର ଲିକର କାରଣ ଏବଂ ଦାଗୀ ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରିବା ଉପରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରୁ ସ୍ପଷ୍ଟ ଜଣାପଡିଛି ଯେ ପୁର୍ନବାର ନିଟ୍‍ ପରୀକ୍ଷା କରାଇବା ସପକ୍ଷରେ ସରକାର ନାହାଁନ୍ତି । ସତ୍ୟପାଠରେ ବ୍ୟାପକ ଅନିୟମିତତା ହୋଇନଥିବା ଦର୍ଶାଯାଇଛି । ଏଥିପାଇଁ ୨୩ଲକ୍ଷ ପରୀକ୍ଷାର୍ଥୀଙ୍କ ଉପରେ ପୁର୍ନବାର ପରୀକ୍ଷା ବୋଝ ଲଦି ଦିଆନଯାଉ । ସେପଟେ ଏନଟିଏ କହିଛି ପାଟନାରେ ହୋଇଥିବା ପେପର ଲିକ୍‍ ମାମଲାରେ ଲଗାତାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲିସ ସହିତ ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି । ଏହାବ୍ୟତୀତ ୬୧ଜଣ ଛାତ୍ର ୭୨୦ରୁ ୭୨୦ ନମ୍ବର କିପରି ପାଇଲେ ସେ ନେଇ ଉତ୍ତର ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking