14.1 C
Bhubaneswar
Friday, January 16, 2026
Homeଖେଳୱେଷ୍ଟଇଣ୍ଡିଜ୍ ଟେଷ୍ଟ ସ୍କ୍ୱାଡ୍ ଘୋଷିତ; ୧୦ ମାସ ପରେ ଫେରିଲେ ଗ୍ରିବ୍ସ

ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସ୍କ୍ୱାଡ୍ ଘୋଷିତ; ୧୦ ମାସ ପରେ ଫେରିଲେ ଗ୍ରିବ୍ସ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପରେ ୱେଷ୍ଟଇଣ୍ଡିଜ୍ ଟିମ୍ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ। ଏଥିପାଇଁ ଇଣ୍ଡିଜ୍ ଟେଷ୍ଟ୍ ସ୍କ୍ୱାଡ୍ ଘୋଷଣା କରାଯାଇଛି। ଟିମ୍‌କୁ ୧୦ ମାସ ପରେ ଷ୍ଟାର୍ ଅଲ୍‌ରାଉଣ୍ଡର୍ ଜଷ୍ଟିନ୍ ଗ୍ରିବ୍ସଙ୍କ ପତ୍ୟାବର୍ତ୍ତନ ଘଟିଛି। ଗ୍ରିବ୍ସ ୱେଷ୍ଟଇଣ୍ଡିଜ୍‌ରେ ଆୟୋଜିତ ସୁପର୍ ୫୦ କପ୍‌ରେ ଚମତ୍କାର ପ୍ରଦର୍ଶନ କରି ପାଞ୍ଚ ମ୍ୟାଚ୍‌ରେ ତିନି ଶତକ ସହାୟତାରେ ୧୩୩.୬୬ ହାରାହାରିରେ ମୋଟ ୪୦୧ ରନ୍ କରିଛନ୍ତି। ଏହି ପ୍ରଦର୍ଶନରେ ପ୍ରଭାବିତ ଚୟନକର୍ତ୍ତା ତାଙ୍କୁ ଟିମ୍‌ରେ ସୁଯୋଗ ଦେଇଛନ୍ତି। ତେବେ ଟିମ୍‌ରେ ଅନୁଭବୀ ଅଲ୍‌ରାଉଣ୍ଡର୍ ଜେସନ୍ ହୋଲ୍ଡର୍‌ଙ୍କ ନାମ ନାହିଁ। କାନ୍ଧରେ ଲାଗିଥିବା ଆଘାତରୁ ହୋଲ୍ଡର ସୁସ୍ଥ ହୋଇନାହାନ୍ତି। କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ସିଇଓ ଜନି ଗ୍ରେଭ୍ କହିଛନ୍ତି ହୋଲ୍ଡରକୁ ଡିସେମ୍ବର ପର୍ଯ୍ୟନ୍ତ ଫିଜିଓଥେରାପି ଏବଂ ବ୍ୟାୟାମ କରିବାକୁ ପଡ଼ିବ। ଚାରି ସପ୍ତାହ ପରେ ତାଙ୍କ ଫିଟ୍‌ନେସ୍‌ର ପୁନଃଆକଳନ କରାଯିବ। ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ସ୍କ୍ୱାଡ୍‌: କ୍ରେଗ୍ ବ୍ରାଥ୍‌ୱେଟ୍ (କ୍ୟାପ୍‌ଟେନ୍‌), ଜୋଶୁଆ ଡା ସିଲ୍‌ଭା (ଭାଇସ୍ କ୍ୟାପ୍‌ଟେନ୍‌), ଏଲିକ୍ ଅଥାନାଜେ, କିସି କାର୍ଟି, ଜଷ୍ଟିନ୍ ଗ୍ରିବ୍ସ, କାଭେମ୍ ହଜ୍‌, ଟେଭିନ୍ ଇମଲାଚ, ଅଲ୍‌ଜାରୀ ଯୋସେଫ୍‌, ସମର୍ ଯୋସେଫ୍‌, ମିକାଇଲ୍ ଲୁଇସ୍‌, ଆଣ୍ଡରସନ୍ ଫିଲିପ୍‌, କେମର୍ ରୋଚ୍‌, ଜେଡନ୍ ସିଲ୍ସ, କେଭିନ୍ ସିନ୍‌କ୍ଲେୟର୍‌, ଜୋମେଲ୍ ୱାର୍ରିକନ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking