24.1 C
Bhubaneswar
Saturday, March 21, 2026
Homeଓଡିଶାଅବହେଳିତ ଶିଶୁଙ୍କ ସାମଗ୍ରିକ ବିକାଶ ହିଁ ଜାଗୋର ମୁଖ୍ୟ ଉଦ୍ଦେଶ୍ୟ : ସୋଆ ଉପସଭାପତି

ଅବହେଳିତ ଶିଶୁଙ୍କ ସାମଗ୍ରିକ ବିକାଶ ହିଁ ଜାଗୋର ମୁଖ୍ୟ ଉଦ୍ଦେଶ୍ୟ : ସୋଆ ଉପସଭାପତି

ଭୁବନେଶ୍ୱର, : ଜାଗୋ ଏକ ଆହ୍ୱାନ। ଏହା ଆରମ୍ଭ ହେବା ସମୟ ରୁ ହିଁ ସମାଜର ଅବହେଳିତ ଶିଶୁମାନଙ୍କର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ଏହି ଶିଶୁମାନଙ୍କର ସାମଗ୍ରିକ ବିକାଶ ହିଁ ଜାଗୋର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତିଶାଶ୍ୱତୀ ଦାସ।

ସୋଆରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ଜାଗୋକୁ ନେଇ ଦିଗ୍‌ଦର୍ଶନ ଦେବାରକାର୍ଯ୍ୟକ୍ରମ ଅବସରରେ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବାଂଶୁରୀଗୁରୁ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରୀମତି ଦାସ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବର୍ତମାନ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ଜାଗୋରେ ସାମିଲ ହୋଇ ଅନେକ ଜନହିତକର କାର୍ଯ୍ୟ ହାତକୁ ନେଇଥିବାରୁ ସାଧୁବାଦ ଜଣାଇଥିଲେ।
ସୋଆ ନିଜର ଉତ୍କର୍ଷତାର ୩୦ ବର୍ଷର ଯାତ୍ରାରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଅଗ୍ରସର ହେଉଥିବା ବେଳେ ଏଥି ନିମନ୍ତେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କର ଅବଦାନ ବିଷୟରେ ଶ୍ରୀମତି ଦାସ ଉଲ୍ଲେଖ କରିଥିଲେ।
ଅନେକ ସମୟରେ ଦାରିଦ୍ର‌୍ୟତା ଯୋଗୁଁ ଅନେକ ପ୍ରତିଭା ଲୁକ୍କାୟିତ ହୋଇ ରହିଯାଇଥାଆନ୍ତି
ଏବଂ ଏହା ଦ୍ୱାରା ସମାଜର ହିତସାଧନ ହୋଇପାରି ନଥାଏ। ଏଭଳି ଲୁକ୍କାୟିତ ପ୍ରତିଭାଙ୍କୁ ବାହାରକୁ ଆଣିବା ପଙ୍କରେ ପଦ୍ମ ଫୁଟାଇବା ସହ ସମାନ। ଏହା ହିଁ ଟିମ୍ ଜାଗୋର ଲକ୍ଷ୍ୟ। ଉପଯୁକ୍ତ ଶିକ୍ଷା, ସାମଗ୍ରିକ ବିକାଶ ଜରିଆରେ ସେମାନଙ୍କର ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଟିମ୍ ଜାଗୋ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ସୋଆକୁ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ୨୦୦୭ ଜୁଲାଇ ୧୭ ତାରିଖରେ ମିଳିଥିବା ବେଳେ ଏହାର କିଛି ମାସ ମଧ୍ୟରେ ଜାଗୋ ଟିମ୍ ପ୍ରତିଷ୍ଠା ହୋଇଥିଲା। ତେଣୁ ଟିମ୍ ଜାଗୋର ୧୭ ବର୍ଷର ଯାତ୍ରା ବେଶ ସଫଳ ବୋଲି କୁଳପତି କହିଥିଲେ। ଏଭଳି କାର୍ଯ୍ୟ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ଉଜ୍ୱଳ କରିବା ସହ ନିଜକୁ ଉତମ ମଣିଷ ଭାବେ ଗଢ଼ିପାରିବେ ବୋଲି ପ୍ର୍ରଫେସର ନନ୍ଦ କହିଥିଲେ।
କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର, ପ୍ରଫେସର
ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଜାଗୋ ମେଂଟର ପ୍ରଫେସର ଅନିତା ପଣ୍ଡା କହିଥିଲେ ଜାଗୋର ପ୍ରତ୍ୟେକ ପିଲାଙ୍କମଧ୍ୟରେ ପ୍ରତିଭା ରହିଛି। ସେମାନଙ୍କୁ ପାଠପଢ଼ା ସହ କଳା, ସଂସ୍କୃତି ବିଷୟରେ ଶିକ୍ଷା ଦିଆଯାଇ ଦକ୍ଷ କରାଯାଉଛି ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ସଂପର୍କରେ ସେମାନଙ୍କୁ ଅବଗତ କରାଯାଉଛି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦ୍ୱାରା ଏବଂ ଟିମ୍ ଜାଗୋର ସଦସ୍ୟ ମାନଙ୍କ ଦ୍ୱାରା ସାଂସ୍କୃତିକ
କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ.ସାହୁ , ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର ଡାକ୍ତର ବସନ୍ତ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking