24.1 C
Bhubaneswar
Tuesday, December 23, 2025
Homeଓଡିଶାଚଳିତବର୍ଷ ପ୍ରଥମଥର ପାଇଁ ତାତି ୩୮ ଡିଗ୍ରୀ ଟପିଛି

ଚଳିତବର୍ଷ ପ୍ରଥମଥର ପାଇଁ ତାତି ୩୮ ଡିଗ୍ରୀ ଟପିଛି

ଭୁବନେଶ୍ୱର: ଚଳିତବର୍ଷ ପ୍ରଥମଥର ପାଇଁ ତାତି ୩୮ ଡିଗ୍ରୀ ଟପିଛି । ଶନିବାର ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୩୮.୫ ଡିଗ୍ରୀ ରେକର୍ଡ ହୋଇଛି । ଏହା ରାଜ୍ୟର ତତଲା ସହର ପାଲଟିଛି । ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାତି ବଢ଼ିବା ଚିନ୍ତାର କାରଣ ପାଲଟିଛି । ଆଗକୁ ତାତି ଆହୁରି ଡରାଇବ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ଏ ବର୍ଷ ମାର୍ଚ୍ଚ ମାସରୁ ମେ ମାସ ଯାଏ ଗ୍ରୀଷ୍ମଲହରୀ ଅବଧି ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଏହାର ପ୍ରତିଫଳନ ଏବେଠାରୁ ଦିଶିଲାଣି ।

ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ତାତି ୩୮ ଡିଗ୍ରୀ ଟପି ସାରିଲାଣି । ଶନିବାର ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ ବା ଏହାଠାରୁ ଅଧିକ ରହିଛି । ଝାରସୁଗୁଡ଼ାରେ ୩୮.୨, ବଲାଙ୍ଗୀରରେ ୩୮, ସୋନପୁରରେ ୩୭.୭, ଅନୁଗୁଳରେ ୩୭.୭, ସମ୍ବଲପୁରରେ ୩୭.୬, ସୁନ୍ଦରଗଡ଼ରେ ୩୭.୫, ଭବାନୀପାଟଣାରେ ୩୭.୨, ହୀରାକୁଦରେ ୩୭.୧, ବୌଦ୍ଧରେ ୩୭ ଓ ବାରିପଦାରେ ୩୭ ଡିଗ୍ରୀ ରେକର୍ଡ ହୋଇଛି । ଶୁକ୍ରବାର ଝାରସୁଗୁଡ଼ାରେ ଦିନବେଳାର ତାତି ୩୭ ଡିଗ୍ରୀ ଥିଲା ।

ଶନିବାର ୧ଡିଗ୍ରୀରୁ ଅଧିକ ବଢ଼ିଛି । ସମ୍ବଲପୁରରେ ବି ୧ଡିଗ୍ରୀରୁ ଅଧିକ ବଢ଼ିଯାଇଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ଦିନ ତାତି ୩୪.୨ ଡିଗ୍ରୀ ରହିଛି । ଆସନ୍ତା ୪ ତାରିଖ ଯାଏ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି । ଏବେ ଦେଶର ପଶ୍ଚିମ ଭାଗରୁ ରାଜ୍ୟକୁ ପବନ ଆସୁଛି । ୫ ଓ ୬ ତାରିଖରୁ ଉତ୍ତରାଖଣ୍ଡ ଓ ହିମାଳୟରୁ ପବନ ଆସିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking