28.1 C
Bhubaneswar
Thursday, March 5, 2026
Homeଓଡିଶାଫେବୃଆରୀରୁ କଲବଲ କଲାଣି ତାତି

ଫେବୃଆରୀରୁ କଲବଲ କଲାଣି ତାତି

ଭୁବନେଶ୍ବର : ଫେବୃଆରୀରୁ କଲବଲ କଲାଣି ତାତି। ଗତକାଲି ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଟପିଥିବାବେଳେ ଆଜି ୩୬ ଡିଗ୍ରୀ ଟପିଗଲା। ଟାଇଁ ଟାଇଁ ଖରା ଏବେଠୁ ଅସହ୍ୟ ହେଲାଣି। ବସନ୍ତରେ ମୃଦୁ ମଳୟ ବଦଳରେ ବୈଶାଖର ଝାଞ୍ଜି ଅନୁଭୂତ ହେଲାଣି। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୬.୭ ଡିଗ୍ରୀ ରେକର୍ଡ଼ ହୋଇଥିବାବେଳେ ଟିଟିଲାଗଡ଼ରେ ୩୬ ଡିଗ୍ରୀ ରହିଛି। ପାରଳାଖେମୁଣ୍ଡିରେ ୩୫.୮, ଝାରସୁଗୁଡ଼ାରେ ୩୫.୬ ଡିଗ୍ରୀ, ସମ୍ବଲପୁର ୩୫.୧, ଭବାନୀପାଟଣାରେ ୩୫ ଡିଗ୍ରୀ ରହିଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆଜି ତାପମାତ୍ରା ୩୪.୯ ଡିଗ୍ରୀ ରହିଛି। କଟକରେ ୩୩ ଡିଗ୍ରୀ ରେକର୍ଡ଼ ହୋଇଛି।

ଆସନ୍ତା ୪-୫ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ୪ ତାରିଖ ଯାଏଁ ଘନକୁହୁଡ଼ି ଦେଖାଯିବ। ଅନୁଗୋଳ, ଗୋପାଳପୁର, ଛତ୍ରପୁରରେ ଆଜି ଘନକୁହୁଡ଼ି ଦେଖାଯାଇଥିବାବେଳେ ୩ରୁ ୪ ତାରିଖ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦେଖାଯିବ। ରାତି ତାପମାତ୍ରା ସବୁ ସ୍ଥାନରେ ୧୧ ଡିଗ୍ରୀ ଉପରେ ରହିଛି। ତାପମାତ୍ରା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ -ପଶ୍ଚିମ ବାୟୁ ରାଜ୍ୟକୁ ପ୍ରବାହିତ ହେଉଛି। ଯେଉଁଥି ପାଇଁ ତାପମାତ୍ରା ବୃଦ୍ଧି ପାଉଥିବା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking