31.1 C
Bhubaneswar
Tuesday, March 24, 2026
Homeଓଡିଶାସୋଆରେ ଜଳବାୟୁ ପରିବର୍ତନ ନେଇ ଡିସେମ୍ବର ୮ ରେ ଜାତୀୟ ସମ୍ମିଳନୀ

ସୋଆରେ ଜଳବାୟୁ ପରିବର୍ତନ ନେଇ ଡିସେମ୍ବର ୮ ରେ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର, : ବିଶେଷଜ୍ଞ, ପରିବେଶବିତ୍‌, ବ୍ୟବସାୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସମାଜସେବୀମାନେ ଆସନ୍ତା ଡିସେମ୍ବର ୮ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ହେବାକୁ ଥିବା ଏକ ଦିବସୀୟ ଜାତୀୟ ସମ୍ମିଳନୀରେ ଜଳବାୟୁ ପରିବର୍ତନ ଓ ଏହାର ଭବିଷ୍ୟତ ନିମନ୍ତେ ଆହ୍ୱାନ ସମ୍ପର୍କରେ ଆଲୋଚନା କରିବେ।
‘କ୍ଲାଇମେଟ ଚେଞ୍ଜ: ପ୍ରସ୍‌ପେକ୍ଟସ୍ ଆଣ୍ଡ ଚ୍ୟାଲେଞ୍ଜେସ୍‌’ ଶୀର୍ଷକ ଏହି ଏକ ଦିବସୀୟ ଜାତୀୟ ସମ୍ମିଳନୀ ସୋଆ ଏବଂ ସାମାଜିକ ଅନୁଷ୍ଠାନ ଏଭର ଗ୍ରୀନ୍ ଫୋରମ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଛି।
ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତନ ଏବଂ ଭବିଷ୍ୟତରେ ଏହାକୁ ନେଇ ଯେଉଁ ସମସ୍ୟା ସୃ୍‌ଷ୍ଟି ହେବାକୁ ଯାଉଛି ସେ ବିଷୟରେ ଆଲୋଚନା କରାଯିବ ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି।
ଏଭର ଗ୍ରୀନ୍ ଫୋରମ୍‌ର ପ୍ରତିଷ୍ଠାତା ସଭାପତି ଡକ୍ଟର ପ୍ରକାଶ ଚନ୍ଦ୍ର ଜେନା କହିଛନ୍ତି ଯେ ଏହି ସମ୍ମିଳନୀରେ ବିଜ୍ଞାନ ଓ ଜଳବାୟୁ, ପରିବେଶ ଉପରେ ଜଳବାୟୁ ପରିବର୍ତନର ପ୍ରଭାବ, ଖାଦ୍ୟ ସୁରକ୍ଷା, ଜଳ ସମ୍ପଦ, ଶକ୍ତି ଓ ଏହାର ମଣିଷର ସ୍ୱାସ୍ଥ୍ୟ ଉପରେ ପ୍ରଭାବକୁ ନେଇ ଆଲୋଚନା କରାଯିବ।
ଏହି ସମ୍ମିଳନୀରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲୋଜି, ପୁନେର ନିର୍ଦ୍ଦେଶକ ଡକ୍ଟର ଆର୍‌. କ୍ରିଷ୍ଣନ୍‌, ଇନ୍‌ଟରନ୍ୟାସ୍‌ନାଲ୍ ସୋସାଇଟି ଫର୍ ଏଗ୍ରିକଲ୍‌ଚରାଲ୍ ମେଟିଓରୋଲୋଜିର ସଭାପତି ଡକ୍ଟର ନବାଂଶୁ ଚଟ୍ଟୋପାଧ୍ୟାୟ, ମିଜୋରାମ୍‌ର ମୁଖ୍ୟ ବନ୍ୟ ସଂରକ୍ଷକ ଶ୍ରୀ ଅଶୋକ କୁମାର ବିଶ୍ୱାଳ, ସୋଆର ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚରର ଡିଷ୍ଟିଙ୍ଗଉଇସଡ ପ୍ରଫେସର ଡକ୍ଟର ଉମା ଚରଣ ମହାନ୍ତି, ବାରଣାସୀ ସ୍ଥିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜିଓ ଫିଜିକ୍ସର ପ୍ରଫେସର ରାଜୀବ ଭାଟିଆ, ସିସିଏସ୍‌ଏର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା, ଭିଜିଟିଂ ପ୍ରଫେସର ଡକ୍ଟର ନିହାର ରଞ୍ଜନ ଦାସ, ଆଇସିଏଆର୍ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଂଟ, ଭୁବନେଶ୍ୱରର ପ୍ରମୁଖ ବୈଜ୍ଞାନିକ ଡକ୍ଟର ପ୍ରମୋଦ କୁମାର ପଣ୍ଡା, ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ଏବଂ ମେରାଇନ୍ ଡିଭିଜନ୍‌, ଡବ୍ଲୁଡବ୍ଲୁଏଫ୍ ଇଣ୍ଡିଆର ଷ୍ଟେଟ୍ ଲିଡ ୍‌- ଓଡ଼ିଶା ଶ୍ରୀମତି ସାଧ୍ୱୀ ସିନ୍ଦୁରା ନିଜର ବକ୍ତବ୍ୟ ରଖିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking