34.1 C
Bhubaneswar
Thursday, March 26, 2026
Homeଓଡିଶାପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ୩ଘଣ୍ଟିଆ ଆଲର୍ଟ କଲା ପାଣିପାଗ ବିଭାଗ

ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ୩ଘଣ୍ଟିଆ ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଭଲ ବର୍ଷା ରେକର୍ଡ଼ ହୋଇଛି। ଆସନ୍ତା ୧୭ ତାରିଖ ଯାଏଁ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ, ବିଜୁଳି ଓ ଘଡ଼ଘଡ଼ି ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଜାଣିରଖନ୍ତୁ ରାଜ୍ୟର ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୩ ଘଣ୍ଟିଆ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର। ତେବେ ଏହି ସବୁ ଜିଲ୍ଲାର ଲୋକଙ୍କୁ ବାହାରେ ଥିଲେ ନିରାପଦ ସ୍ଥାନକୁ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏକ ଘୂର୍ଣ୍ଣିବଳୟ ଝାଡ଼ଖଣ୍ତ ତଥା ପାଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରୁ ୩.୧ କିମି ଉପରେ ସକ୍ରିୟ ରହିଛି। ସେହିପରି, ଆଉ ଏକ ଘୂର୍ଣ୍ଣିବଳୟ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ତଥା ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୫.୮ କିମି ଉପର ଯାଏଁ ସକ୍ରିୟ ରହିଛି। ଏହାସହ ମୌମୁମୀ ଜନିତ ନିମ୍ନରେଖା ଚାପରେଖା ଗଙ୍ଗନଗରରୁ ବାହାରି ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ସମୁଦ୍ରପତ୍ତନ ଠାରୁ ୦.୯ କିମି ଉପରେ ଲମ୍ବିଛି। ଏହି ପାଣିପାଗ ନିୟାମକ ଗୁଡିକର ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟା ହେଲା ବର୍ଷା ଲାଗି ରହିଛି। ଆଜି ମଧ୍ୟ ରାଜ୍ୟରେ ଭାରି ବର୍ଷା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking