28.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶତିନି ଗୁଣା ଅଧିକ କାମ କରିବୁ : ପ୍ରଧାନମନ୍ତ୍ରୀ

ତିନି ଗୁଣା ଅଧିକ କାମ କରିବୁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଲଗାତାର ତୃତୀୟ ଥର ପାଇଁ ସେବାର ସୁଯୋଗ ମିଳିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ । ଜନତା ଆମର ନୀତି ଓ ନିୟତି ଉପରେ ମୋହର ଦେଇଛନ୍ତି । ୧୪୦ କୋଟି ଲୋକଙ୍କ ଆକାଂକ୍ଷା ପୂରଣ କରିବୁ । ସମସ୍ତଙ୍କୁ ସାଥିରେ ନେଇ କାମ କରିବାକୁ ଚାହୁଁଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ବିରୋଧୀଙ୍କ ଚିନ୍ତାଧାରା ଗଠନମୂଳକ ଏବଂ ଦାୟିତ୍ୱସମ୍ପନ୍ନ ହେବା ଜରୁରୀ। ବିରୋଧୀମାନେ ଗଣତନ୍ତ୍ରର ମର୍ୟ୍ୟାଦା ରକ୍ଷା କରି ସାଧାରଣ ଜନତାଙ୍କ ଆଶା ଆକାଙ୍‌‌କ୍ଷା ପୂରଣ କରିବା ଦରକାର। ଦେଶବାଦୀ ବିରୋଧୀଙ୍କଠାରୁ କିଛି ଭଲ ପଦକ୍ଷେପ ଆଶା ରଖିଛନ୍ତି। ସେମାନେ ସ୍ଳୋଗାନବାଜି ନ କରି ମୂଳ କଥା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ୧୮ଶ ଲୋକସଭାର ସ୍ୱତନ୍ତ୍ର ଅଧିବେଶ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସଂସଦ ଭବନରେ ପହଞ୍ଚିବା ପରେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ଏହା କହିଛନ୍ତି। ମୋଦୀ କହିଥିଲେ, ଆଜି ଏକ ଐତିହାସିକ ଦିବସ। ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ଲାଗି ନବନିର୍ବାଚିତ ସାଂସଦମାନେ ନୂଆ ସଂସଦ ଭବନରେ ଶପଥଗ୍ରହଣ କରିବାକୁ ଯାଉଛନ୍ତି। ପୂର୍ବରୁ ସାଂସଦମାନେ ପୁରୁଣା ସଂସଦ ଭବନରେ ଶପଥ ନେଉଥିଲେ। ତେଣୁ ଆଜି ଗଣତନ୍ତ୍ର ପାଇଁ ଏକ ଐତିହାସିକ ମୁହୁର୍ତ୍ତ। ୩ୟ ଥର ପାଇଁ ଏନଡିଏ ସରକାର ଗଠନ କରିଥିବାରୁ ପ୍ରଧାନମନ୍ତ୍ରୀ ଦଳୀୟ ନେତା ଏବଂ ସାଂସଦମାନଙ୍କୁ ପ୍ରଶଂସା କରିଥିଲେ। ସରକାର ଲୋକଙ୍କ ଆଶା, ଅଭିଳାଶ ପୂରଣ କରିବା ସହିତ ଦେଶକୁ ବିକାଶ ଏବଂ ଅଭିବୃଦ୍ଧି ଦିଗରେ ଆଗେଇନେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଦେଶବାସୀ ତଥା ସାଂସଦମାନଙ୍କ ସହମତିରେ ସେ ଦେଶର ସେବା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking