19.1 C
Bhubaneswar
Saturday, February 7, 2026
Homeଓଡିଶାସ୍ୱାଧୀନତାର ମୂଲ୍ୟ ଆମେ ସୁରକ୍ଷିତ ରଖିବା : ବାଚସ୍ପତି

ସ୍ୱାଧୀନତାର ମୂଲ୍ୟ ଆମେ ସୁରକ୍ଷିତ ରଖିବା : ବାଚସ୍ପତି

ଭୁବନେଶ୍ୱର: ଭାରତବର୍ଷକୁ ସହଜରେ ସ୍ୱାଧୀନତା ମିଳିନାହିଁ । ଆମେ ଏକ କଷ୍ଟଲବ୍ଧ ସ୍ୱାଧୀନତା ପାଇଛେ। ହଜାର ହଜାର ସଂଗ୍ରାମୀଙ୍କ ବଳିଦାନ ଓ ତ୍ୟାଗ ଫଳରେ ଆମକୁ ସ୍ୱାଧୀନତା ମିଳିଛି । ସେହି ସ୍ୱାଧୀନତାର ମୂଲ୍ୟକୁ ଆମକୁ ସୁରକ୍ଷିତ ରଖୁବାକୁ ହେବ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି। ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଭୁବନେଶ୍ୱର ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଅଗଷ୍ଟ କ୍ରାନ୍ତି ସମାରୋହରେ ମୁଖ୍ୟଅତିଥ୍ୟ ଭାବେ ଯୋଗଦେଇ ବାଚସ୍ପତି ଅମର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ୧୯୪୨ ଅଗଷ୍ଟ ୮ ଓ ୯ ତାରିଖର ଇତିହାସକୁ ଅବଲୋକନ କରି ସେଦିନର ସେହି ଭାରତ ଛାଡ଼ ଆହ୍ୱାନ ଶେଷରେ ଇଂରେଜ ସରକାରକୁ ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିଲା ବୋଲି ସେ କହିଛନ୍ତି। ବାଚସ୍ପତି କହିଥିଲେ ଯେ, ଇଂରେଜ ସରକାର ବିରୋଧରେ ଅଗଷ୍ଟ କ୍ରାନ୍ତିର ମହାସଂଗ୍ରାମ ଏକ ନିର୍ଣ୍ଣାୟକ ଲଢ଼େଇ ଥିଲା। ଚାଷୀ, ମୁଲିଆ, ଶ୍ରମିକ, ଅବହେଳିତ ଜାତି ଓ ଜନଜାତି, ଛାତ୍ରଗୋଷ୍ଠୀଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ସମସ୍ତେ ଏଥିରେ ସାମିଲ ହୋଇଥିଲେ। ‘କର ବା ମର’ ଧ୍ୱନି ସହ ଭାରତ ଛାଡ଼ ଆନ୍ଦୋଳନ ଇଂରେଜ ସରକାରକୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲା।

ଏହି ଅବସରରେ ବାଚସ୍ପତି ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ଭାଗିରଥ୍ ମହାପାତ୍ର, ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନଗୋ, ରାଜକୃଷ୍ଣ ବୋଷ, ପ୍ରାଣକୃଷ୍ଣ ପଢ଼ିଆରୀ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ଆଚାର୍ଯ୍ୟ ହରିହର, ସଦାଶିବ ତ୍ରିପାଠୀ, ମା’ ରମାଦେବୀ, ସରଳା ଦେବୀ ପ୍ରମୁଖଙ୍କୁ ସ୍ମରଣ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଅଗଷ୍ଟ କ୍ରାନ୍ତିରେ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ ହେବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ଶ୍ରୀମତୀ ପାଢ଼ୀ ଉଲ୍ଲେଖ କରିବା ସହ ପବିତ୍ର ରକ୍ଷାବନ୍ଧନ ଅବସରରେ ଉପସ୍ଥିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥ?ିବା ଶହୀଦ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ବିଶିଷ୍ଟ ଅତିଥ୍‌? ଭାବେ ଯୋଗଦେଇ ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଦେଶ ପାଇଁ ତ୍ୟାଗ ଓ ବଳିଦାନ ଆମ ସମସ୍ତଙ୍କର ପ୍ରେରଣା ବୋଲି କହିଥିଲେ । ବିରୋଧୀଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ,ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ଅମର ପ୍ରସାଦ ଶତପଥୀ, ବିଜେପିର ବରିଷ୍ଠ ନେତା କୃଷ୍ଣ ଜଗଦେବ, ସମୀର ମହାନ୍ତି, ଗାନ୍ଧିବାଦୀ ଲେଖକ ପ୍ରହ୍ଲାଦ ସିଂ, ସମାଜସେବୀ ପ୍ରଦ୍ୟୁମ୍ନ ଶତପଥୀ, ଶୋଭନୀୟ ଆନ୍ଦୋଳନର ଅଧ୍‌ଯକ୍ଷା ଡ. ଅରୁନ୍ଧତୀ ଦେବୀ, ସମାଜସେବୀ ମଧୁ ଭାଇ, କର୍ଣ୍ଣେଲ ଶରତ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ସ୍ୱାଧୀନତା ସଂଗ୍ରାମୀ ଉତ୍ତର ଦାୟାଦ ସଂଗଠନର ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇଥିଲେ। ରାଜ୍ୟ ସ୍ୱାଧୀନତା ସଂଗ୍ରାମ ସମିତିର ସଭାପତି ବିମ୍ବାଧର ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶହୀଦ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ସମିତିର ସଂଯୋଜକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଓ ବିରୂପାକ୍ଷ ତ୍ରିପାଠୀ ସଂଯୋଜନା କରିଥିବାବେଳେ ଅଭୟ ବଡ଼ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜାତୀୟ ପତାକା ସ୍ତମ୍ଭରେ ରକ୍ଷାବନ୍ଧନ କରାଯାଇଥିଲା। ଅତିଥିମାନେ ଜାତୀୟ ପତାକା ଉତ୍ତୋଳନ କରି ସେହି ସ୍ତମ୍ଭରେ ରାକ୍ଷୀ ବାନ୍ଧିଥିଲେ। ଶାଶ୍ୱତୀ ଅନୁଷ୍ଠାନ ପକ୍ଷରୁ ତନୟା ଗୋସ୍ୱାମୀଙ୍କ ନିର୍ଦ୍ଦେଶନାରେ ରାମଧୂନ ଏବଂ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବାଦ୍ୟଧ୍ୱନି ପରିବେଷଣ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking