27.1 C
Bhubaneswar
Monday, April 13, 2026
Homeଓଡିଶାସୁନ୍ଦରଗଡ଼ ରେ ”ଆମେ ଜାଣିବା ଆମ ବଜେଟ୍ “ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼ ରେ ”ଆମେ ଜାଣିବା ଆମ ବଜେଟ୍ “ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ରେ ଆୟୋଜିତ ହୋଇଯାଇଅଛି ଆମେ ଜାଣିବା ଆମ ବଜେଟ୍ କାର୍ଯ୍ୟକ୍ରମ । ସ୍ଥାନୀୟ ବିକାଶ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ , ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ଅମାତ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍ ବି ଏସ ରାଜପୁତ, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଅଭିମନ୍ୟୁ ମାଝୀ, ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଦୀନା ଦସ୍ତାଗିର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସି ଇ ଓ , ଡି ଏମ ଏଫ୍ ଶ୍ରୀମତୀ ସୁଷମା ବିଲୁଙ୍ଗ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ କୁମାର ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ କମଲ ଲାକ୍ରା ଉପସ୍ଥିତ ଥିଲେ। ଏହି ଅବସରରେ ସମ୍ବଲପୁର ର ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ଼ା ଉମା ଚରଣ ପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଚଳିତ ବଜେଟ୍ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରମୁଖ ସଚିବ ଶ୍ରୀ ଏନ୍ ବି ଏସ ରାଜପୁତ ଯୋଗ ଦେଇ ବାର୍ଷିକ ବଜେଟ୍ ୨୦୨୬-୨୭ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସେ ନିଜ ଅଭିଭାଷଣ ରେ କହିଥିଲେ ‘ ଏହା ହେଉଛି ଜନସାଧାରଣ ଙ୍କର ବଜେଟ୍, ଏହି ବଜେଟ୍ ରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି। ଏହା ଗ୍ରାମୀଣ ବିକାଶ, ମହିଳା ସଶକ୍ତିକରଣ, କୃଷକ ସଶକ୍ତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ର ବିକାଶ, ଯୁବ ବିକାଶ, ଭିତ୍ତଭୂମିର ବିକାଶ ଆଦି ଅନେକ ଗୁଡ଼ିଏ କ୍ଷେତ୍ର ର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଅଛି ‘ । ଆହୁରି ମଧ୍ୟ ସେ କହିଥିଲେ ଯେ ‘ ଜନସାଧାରଣ ଙ୍କୁ ବଜେଟ୍ ବିଷୟ ରେ ଜଣେଇବା। ପଲ୍ଲୀ ସଭା, ଗ୍ରାମ ସଭା ଆଦି ମାଧ୍ୟମରେ ଜନସାଧାରଣ ଙ୍କୁ ବଜେଟ୍ ସମ୍ପର୍କରେ ଅବଗତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ‘ । ସେହିଭଳି ଏହି ବଜେଟ୍ ମାଧ୍ୟମରେ ଜିଲ୍ଲା ତଥା ଲୋକଙ୍କର ବିକାଶ ହେବ ବୋଲି ଆଶା ପ୍ରକଟ କରିଥିଲେ।

ବାର୍ଷିକ ବଜେଟ୍ ୨୦୨୬-୨୭ ରେ ଆର୍ଥିକ ଦୁର୍ବଳ, ଯୁବକ ଯୁବତୀ, ଅନ୍ନଦାତା, ନାରୀ ଶକ୍ତି ଇତ୍ୟାଦି ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏହା ସହିତ ଏହି ବଜେଟ୍ ରେ ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ-୨୦୪୭ ଭିଜନ୍ ଲକ୍ଷ୍ୟ ହାସଲ ପାଇଁ ସୁପରିକଳ୍ପିତ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ମୁଖ୍ୟ ବକ୍ତା ଡ଼ା ଉମା ଚରଣ ପତି ବଜେଟ୍ ଉପରେ ଆଲୋଚନା କରିଥିଲେ । ଏହି କ୍ରମ ରେ ସେ ବାର୍ଷିକ ବଜେଟ୍ ର ଆବଶ୍ୟକତା, ବଜେଟ୍ ର ଉଦ୍ଦେଶ୍ୟ , ବଜେଟ୍ କିଭଳି ଭାବେ ପ୍ରସ୍ତୁତ ହୋଇଥାଏ ଆଦି ଆଲୋଚନା କରିଥିଲେ। ସେହିଭଳି କେନ୍ଦ୍ରୀୟ ବଜେଟ୍ ଓ ରାଜ୍ୟ ବଜେଟ ଉପରେ ମଧ୍ୟ ଉପସ୍ଥାପନ କରିଥିଲେ। ପରେ ପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ଅଧିକାରୀ ମାନେ ବଜେଟ୍ ସଂକ୍ରାନ୍ତୀୟ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ପି ଆର୍ ଆଇ ସଦସ୍ୟ ଏବଂ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking