ଭୁବନେଶ୍ୱର: ବିଜେଡି ନେତାଙ୍କ ହୋଟେଲ ମେଳିକୁ ନେଇ ନବୀନଙ୍କ ତାଗିଦ ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ବଡ ବୟାନ ରଖିଛନ୍ତି । କହିଛନ୍ତି ,ନାଲି ଆଖି କେହି କାହାକୁ ଦେଖାଇପାରିବେ ନାହିଁ । ଆମେ କେତେବଳେ କେଉଁଠି ବସିବୁ ବ୍ୟକ୍ତିଗତ କଥା । ଆମେ ହୋଟେଲରେ ବସି ପାରିବୁନି କହିବା ଠିକ ନୁହେଁ । କେବଳ ପାର୍ଟି ମିଟିଂ ହେଲେ ଶଙ୍ଖ ଭବନକୁ ଯିବୁ । ଆମେ କେହି ଚାକିରି କରୁନୁ । ଆମର ବୟସ ହେଲାଣି । ଆମ ମନ ଯେତେବଳେ ହେଲା ସେଠି ବସିବୁ ।