19.1 C
Bhubaneswar
Sunday, February 8, 2026
Homeଖେଳ‘ଫ୍ୟାମିଲି ନିୟମ ଉପରେ ଆଲୋଚନା କରିବାକୁ ପଡ଼ିବ’

‘ଫ୍ୟାମିଲି ନିୟମ ଉପରେ ଆଲୋଚନା କରିବାକୁ ପଡ଼ିବ’

ମୁମ୍ବାଇ: ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଟିମ୍ ଘୋଷଣା ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକର ଏବଂ କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କ କଥାବାର୍ତ୍ତା ଭୁଲକ୍ରମେ ସାମ୍ନାକୁ ଆସିଛି। ଟିମ୍ ଘୋଷଣା ପୂର୍ବରୁ ପ୍ରେସ୍ କନ୍‌ଫରେନ୍ସ ବେଳେ ଦୁହେଁ ବିଦେଶୀ ଗସ୍ତରେ ଖେଳାଳିଙ୍କ ଫ୍ୟାମିଲିକୁ ନେଇ ବିସିସିଆଇର କଡ଼ା ନିୟମ ଉପରେ କଥାବାର୍ତ୍ତା ହେଉଥିଲେ।

ଏହି ଅବସରରେ ମାଇକ୍ ସ୍ୱିଚ୍ ଅନ୍ ଥିବା ଦୁହେଁ ଜାଣିନଥିଲେ। ‘ମୋତେ ପୁଣିଥରେ ସମ୍ପାଦକଙ୍କ ସହ ବସିବାକୁ ପଡ଼ିବ। ସମସ୍ତେ ମୋତେ ଏ ନେଇ ପଚାରୁଛନ୍ତି’ ବୋଲି ଗରକରଙ୍କୁ ରୋହିତ କହୁଥିବା ଶୁଣିବାକୁ ମିଳିଥିଲା। ଟିମ୍ ଘୋଷଣା ପରେ ରୋହିତଙ୍କୁ ବିସିସିଆଇ ଗାଇଡ୍ ଲାଇନ୍ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ ‘ଆପଣଙ୍କୁ ଏ ନିୟମ ବିଷୟରେ କିଏ କହିଛି? ଏହା ବିସିସିଆଇର ଆଧିକାରିକ ହ୍ୟାଣ୍ଡଲ୍‌ରେ ପୋଷ୍ଟ୍ ହୋଇଛି? ଏହା ଆଧିକାରିକ ଭାବେ ସାମ୍ନାକୁ ଆସିବାକୁ ଦିଆଯାଉ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking