25.1 C
Bhubaneswar
Saturday, February 7, 2026
Homeଓଡିଶାଓଡିଶାକୁ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ନେଇଛୁ, କରି ଦେଖାଇବୁ :...

ଓଡିଶାକୁ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ନେଇଛୁ, କରି ଦେଖାଇବୁ : ମନମୋହନ ସାମଲ

ଯାଜପୁର/ଭୁବନେଶ୍ୱର: ଏହା ସମ୍ବର୍ଦ୍ଧନା ସଭା ନୁହେଁ, ଏହା ହେଉଛି ଧନ୍ୟବାଦ ସଭା । ସରକାର ପରିବର୍ତନ ପ୍ରକ୍ରିୟାର ଅଗ୍ର ଭାଗରେ ଯାଜପୁର ଜିଲ୍ଲା ଥିଲା ଏବଂ ଆମେ ସେଥିରେ ସଫଳ ହୋଇଛୁ । ଲୋକେ ଭାବିନଥିଲେ ଯାଜପୁରରେ ପରିବର୍ତନ ହେବ । ଭଗବାନ କେବେହେଲେ ଗର୍ବ ଅହଂକାର ସହନ୍ତି ନାହିଁ । ମା ବିରଜା ବି ସହିଲେ ନାହିଁ । ଲୋକଙ୍କୁ ପୋକମାଛ ଭଳି ଭାବୁଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଜେଡି ସରକାରକୁ ଯାଜପୁରବାସୀ ପ୍ରତ୍ୟାଖାନ କରିଲେ । ଧର୍ମଶାଳା ନିର୍ବାଚନମଣ୍ଡଳୀ, ଯାଜପୁର ଜିଲ୍ଲା ସମେତ ସମଗ୍ର ଓଡିଶାବାସୀ ବିଜେପି ପ୍ରତି ଆସ୍ଥା ପ୍ରକଟ କରିଲେ । ସ୍ୱାଧୀନତାର ୭୮ ବର୍ଷ ପରେ ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରିଛି । ନିର୍ବାଚନ ପ୍ରତିଶୃତିକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ଓଡିଶାକୁ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ନେଇଛୁ, କରି ଦେଖାଇବୁ ।

ଧାନର ସହାୟକ ମୂଲ୍ୟ ବଢିବା ପରେ ଚାଷୀକୁଳ ସମୃଦ୍ଧ ହୋଇଛନ୍ତି । ପିଏମ୍ କିଶାନ ଓ ସିଏମ୍ କିଶାନ ଭଳି ଯୋଜନା ଲାଗୁ କରାଯାଇଛି । ପୁରୀ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାଯାଇ ମରାମତି କାର୍ଯ୍ୟ ଶେଷ ହୋଇଛି । ଜଳସେଚନ ଶତପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସୁଭଦ୍ରା ଯୋଜନା ଜରିଆରେ ରାଜ୍ୟର ମା’ ଓ ଭଉଣୀମାନଙ୍କୁ ୫୦ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା ଆରମ୍ଭ ହୋଇଛି । ଲକ୍ଷପତି ଦିଦିରେ ଭାରତ ଏକ ନମ୍ବର ସ୍ଥାନରେ ହୋଇଛି । ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱାସ୍ଥ୍ୟବୀମା ସହ ୩୫୦୦ଟଙ୍କା ଭତା ପ୍ରଦାନ କରିବାର ପ୍ରତିଶ୍ରୁତି ପୂରଣ କରିଛି । ଶିକ୍ଷା କ୍ଷେତ୍ରକୁ ଉଚ୍ଚସ୍ତରକୁ ଉଠାଇବାକୁ ହେବ, ଲକ୍ଷ ଲକ୍ଷ ଭାଇ ମାନେ ଦାଦନ ଖଟିବାକୁ ଯିବେ ନାହିଁ । ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ହେବା ପରେ ୧୭ ଲକ୍ଷ କୋଟି ଟଙ୍କାର ପୁଂଜି ଆସିସାରିଛି, ଆଉ ୧୦ ଲକ୍ଷ କୋଟି ଟଙ୍କା ପୁଂଜି ଆସିବ । ଶିଳ୍ପ ଭ୍ୟାଲୁ ଆଡିସନ୍ ହେଲେ ଆହୁରି ୧୦ଗୁଣା ଲାଭ ହେବ । ପର୍ଯ୍ୟଟନ ଶିଳ୍ପକୁ ଅଗ୍ରାଧିକାର ଦିଆଯାଉଛି । ରାସ୍ତାଘାଟ, ରେଳପଥ, ଜଳପଥ ଭିତିଭୁମିକୁ ସୁଦସ୍ତଙ୍ଘ କରାଯିବାକୁ ଗୁରୁତ୍ୱ ଦିଆଯାଉଛି । ବିଗତ ସରକାର କେବଳ ସ୍ୱପ୍ନ ଦେଖାଇଥିଲେ; ଆମେ ସ୍ୱପ୍ନ ଦେଖି ଯୋଜନା ପ୍ରସ୍ତୁତ କରିସାରିଛୁ, କ୍ରିୟାନ୍ୱୟନ ଆରମ୍ଭ ହୋଇସାରିଛି । ଗତ ୭୮ ବର୍ଷରେ ଯାହା ହୋଇନି, ତାହା ଆଗାମୀ ୫ ବର୍ଷରେ ହେବ । ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ଲକ୍ଷ୍ୟର ସଂକଳ୍ପକୁ ସିଦ୍ଧିରେ ପରିଣତ କରାଯିବ ଏବଂ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଜ୍ୟ ସଭାପତି ଭାବେ ଶ୍ରୀ ମନମୋହନ ସାମଲ ପୁନଃ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି । ଗସ୍ତ ଅବସରରେ ଶ୍ରୀ ସାମଲଙ୍କୁ ଛତିଆ, ଚଣ୍ଡିଖୋଲ, ଜାରକା, ବଡଚଣା, ମୂଳାପାଳ ଓ ଧର୍ମଶାଳାଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି । ସଭାପୂର୍ବରୁ ବଡଚଣାରୁ ଏକ ବାଇକ୍ ରାଲି ବାହାରି ଧର୍ମଶାଳା ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଆସିଥିଲା । । ଧର୍ମଶାଳା ମହୋତ୍ସବ ପଡିଆ ଠାରେ ସମ୍ବର୍ଦ୍ଧନା ସଭା ଓ ଐତିହାସିକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ମା ବିରଜାଙ୍କୁ ପ୍ରଣାମ ଜଣାଇ କହିଛନ୍ତି ଯେ, ଯାଜପୁର ଜିଲ୍ଲା ଏକ ଶିଳ୍ପନଗରୀ । ଯାଜପୁର ଜିଲ୍ଲା ଏକ ଐତିହ୍ୟପୂର୍ଣ୍ଣ ସଂସ୍କୃତି ସମ୍ପନ୍ନ ଓ ଅଧ୍ୟାତ୍ମିକ ଜିଲ୍ଲା ଅଟେ । ସବୁବେଳେ ଦଳ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି । ବିଜେପି ଦଳ ବହୁ ସଂଘର୍ଷ ଦେଖିଛି । ତ୍ୟାଗ, ତପସ୍ୟା ଓ ସାଧନାର ବିକଳ୍ପ ନାହିଁ । କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଓଡିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାର କରିପାରିଛନ୍ତି । ଆଜି ବିଜେପି ୨୦ ରାଜ୍ୟରେ ସରକାର କରିଥିବାବେଳେ ଓଡ଼ିଶାରେ ୨୧ଟାରୁ ୨୦ଟି ଲୋକସଭା ଆସନ ଜିିତିବାରେ ସକ୍ଷମ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।

ଧର୍ମଶାଳାରେ ଅନୁଷ୍ଠିତ ଐତିହାସିକ ମିଶ୍ରଣ ପର୍ବରେ ୩୪ ଓ ୩୫ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ, ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନେକ ସମିତି ସଭ୍ୟ ଓ ସରପଂଚଙ୍କ ସମେତ ଶତାଧିକ ନିର୍ବାଚିତ ଜନପ୍ରତିନିଧି ବିଜୁ ଜନତା ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ସମସ୍ତ ନୂତନ ସଭ୍ୟଙ୍କୁ ରାଜ୍ୟ ସଭାପତି ଏବଂ ଅନ୍ୟ ପ୍ରମୁଖ ନେତୃବୃନ୍ଦ ଦଳୀୟ ଉତରୀୟ ଓ ଟୋପି ପ୍ରଦାନ କରି ସ୍ୱାଗତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡଚଣା ବିଧାୟକ ଅମର କୁମାର ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଯାଜପୁର ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ଼ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତ୍ରୀ ସଂଚିତା ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ମୁଖପାତ୍ର ମନୋଜ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ, ଉମେଶ ଜେନା, ବବିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ସଭାପରେ ମୂଳାପାଳ ଛକ ଠାରେ ବରୀ, ପାଣିକୋଇଲି, ଯାଜପୁର ରୋଡ୍ ଠାରେ ରାଜ୍ୟ ସଭାପତି ଶ୍ରୀ ସାମାଲଙ୍କୁ ସ୍ୱାଗତ ଜଣାଇ ସମ୍ବର୍ଦ୍ଧିତ କରିଥିଲେ । ଆସନ୍ତା କାଲି ମା ବିରଜାଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରି ଦଶରଥପୁର, ବିଂଝାରପୁରଠାରେ ଅନୁଷ୍ଠିତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସାମଲ ଯୋଗ ଦେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking