28.1 C
Bhubaneswar
Friday, October 18, 2024
Homeଓଡିଶାତ୍ରୁଟି ବିଚ୍ୟୁତି ସୁଧାରି ଦେଇଛୁ : ଉପ-ମୁଖ୍ୟମନ୍ତ୍ରୀ

ତ୍ରୁଟି ବିଚ୍ୟୁତି ସୁଧାରି ଦେଇଛୁ : ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ହବିଷ୍ୟାଳୀ ଶିବିର ପରିଦର୍ଶନ ପରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୁଚନା । ଏଥର ହବିଷ୍ୟାଳୀ ଯୋଜନା ପାଇଁ ୨କୋଟି ୫୬ଲକ୍ଷ ବ୍ୟୟବରାଦ ହୋଇଛି । ଆରମ୍ଭରୁ ଯାହା ତଅୁଟି ବିଚ୍ୟୁତି ଥିଲା ତାକୁ ସୁଧାରି ଦେଇଛୁ । ଆସନ୍ତା ବର୍ଷ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଉଦ୍ୟମ କରିବୁ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । କାର୍ତ୍ତିକ ବ୍ରତ ଆରମ୍ଭ ହୋଇଯାଇଥିବାରୁ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି । ପୂର୍ବରୁ ୩ହଜାରରୁ ଅଧିକ ହବିଷିଳି ବିଭିନ୍ନ ଶିବିରରେ ରହୁଥିଲେ । କିନ୍ତୁ ଚଳିତବର୍ଷ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ହବିଷ୍ୟ।।ଳି ଯୋଜନାରେ ଜିଲ୍ଲା ପ୍ରଶାସନ ୨୫ଶହ ଲୋକଙ୍କ ରହିବା ବ୍ୟବସ୍ଥା କରିଛି । ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣମଣ୍ଡପ ଓ ଅକ୍ଷୟପାତ୍ର ଫାଉଣ୍ଡେସନ୍ ଗୃହରେ ଖୋର୍ଦ୍ଧା ଜିଲ୍ଲାର ହବିଷିଆଳି ଏବଂ ବୃନ୍ଦାବତୀନିବାସରେ ବାକି ୨୯ଟି ଜିଲ୍ଲାର ହବିଷ୍ୟ।।ଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟରେ ହବିଷିଆଳି ଯୋଜନାରେ ରହିବାକୁ ସାରା ରାଜ୍ୟରୁ ୩୬ରୁ ଅଧିକ ବ୍ରତଧାରୀମାନେ ନାମ ପଞ୍ଜୀକରଣ କରିଥିଲେ । ଏମାନଙ୍କ ମଧ୍ୟରୁ କାଣ୍ଟଛାଣ୍ଟ କରି ୨୫ଶହଙ୍କୁ ରହିବା ବ୍ୟବସ୍ଥା କରାଯାଇଛି ଓ ବାକି ପ୍ରାୟ ୧୧ଶହ ଆବେଦନପତ୍ରକୁ ନାକଚ କରାଯାଇଛି । ହେଲେ ନାକଚ ହୋଇଥିବା କିଛି ଆବେଦନକାରୀ ବିଭିନ୍ନ ଶିବିରରେ ପହଞ୍ଚିଥିଲେ । ଏଥିସହ ବିନା ପଞ୍ଜୀକରଣରେ ଆଜି ୫ଶହରୁ ଅଧିକ ବୃଦ୍ଧା ବ୍ରତଧାରୀ ହବିଷିଆଳି ଶିବିରରେ ପହଞ୍ଚି ରହିବାକୁ ଜିଦ୍ ଧରିଥିଲେ । ଯାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଦାୟିତ୍ୱରେ ଥିବା ଅଧିକାରୀମାନେ ଏହି ବୃଦ୍ଧାମାନଙ୍କୁ ବୁଝାଇ ବୁଝାଇ ନାକେଦମ୍ ହୋଇଛନ୍ତି । ତଥାପି ସେମାନେ ବୁଝିବାକୁ ନାରାଜ ଥିଲେ ।

ହବିଷ୍ୟ।।ଳିମାନେ ଅଭିଯୋଗ କରିଛନ୍ତି, ଗତବର୍ଷ ୫ଟି ଜାଗାରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଚଳିତବର୍ଷ ୪ଟି ଜାଗାରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି । ବାଗେଡିଆ ଧର୍ମଶାଳାରେ ଚଳିତବର୍ଷ କୌଣସି ହବିଷିଆଳିଙ୍କୁ ରଖିବା ବ୍ୟବସ୍ଥା କରାଯାଇନି । ସେପଟେ ଆଉ ରହିବା ପାଇଁ ସେଭଳି ମଠ, ମନ୍ଦିର ବି ନାହିଁ । ଏଣୁ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଏତେ କାଣ୍ଟଛାଣ୍ଟ କାହିଁକି? ଯାହା ହବିଷିଆଳିଙ୍କ ରହିବାରେ ଅସୁବିଧା ସୃଷ୍ଟି କରିଛି ବୋଲି ହବିଷିଆଳିମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking