22.1 C
Bhubaneswar
Friday, December 5, 2025
Homeଓଡିଶା ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୁର୍ଣ୍ଣ କରିଛୁ: ମନ୍ତ୍ରୀ

 ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୁର୍ଣ୍ଣ କରିଛୁ: ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ପୂର୍ବ ସରକାରକୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ମେଗା ପାନୀୟ ଜଳ  ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ।  କହିଛନ୍ତି, ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା , ଏବେ ନଳ ଆଉ ଜଳ ଅଛି ।  ୨୦୨୪ ଜୁନ ସୁଦ୍ଧା ବିଜେଡି ୩ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ ।  ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୁର୍ଣ୍ଣ କରିଛୁ । ବିଜେଡି ୧୬ଟି ସିଭିଲ ପ୍ରୋଜେକ୍ଟ କରିଥିଲା, ଆମେ ୬୬ ଟି ସମ୍ପୁର୍ଣ୍ଣ କରିଛୁ ।  ୩୭୩୩ଟି ସୋଲାର ପ୍ରୋଜେକ୍ଟ  ଶେଷ କଲେ, ଆମେ ୨୭୦୨୨ ପ୍ରୋଜେକ୍ଟ ସାରିଛୁ । ହର ଘର ଜଳ ଯୋଜନାରେ ୬୦୩୨  ପ୍ରୋଜେକ୍ଟ ସାରିଥିଲେ, ଆମେ ୪୭୯୧ କରିଛୁ । ୨୮, ୩୫୦ ନଳକୂପ ବିଜେଡି କରିଥିଲେ, ଆମେ ୨୨, ୯୬୪ଟି କରିଛୁ । ପିଏମ ଗତି ଶକ୍ତିରେ ବିଜେପି ୭୧ ହଜାର କିମି ପାଇପ ଲାଇନ  ବିଛାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking