ଭୁବନେଶ୍ୱର: ଗୁପ୍ତ ବୈଠକ ପରେ ଶଶୀ ବେହେରା ପ୍ରତିକ୍ରିୟା ରଖିଛନ୍ତି । କୌଣସି ବାହ୍ୟଶକ୍ତି ଦୁର୍ୱଳ କରିବାକୁ ଚାହିଁଲେ ବରଦାସ୍ତ କରିବୁନି । ନବୀନଙ୍କ ସାଥିରେ ଆମେ ଅଛୁ କହିଛନ୍ତି ଶଶୀ ବେହେରା ।
ଅନ୍ୟପଟେ ହୋଟେଲ କ୍ରିଷ୍ଟାଲ କ୍ରାଉନରେ ବିଜେଡି ନେତାଙ୍କ ମେଳି ବସିଛି । ସେଠାରେ ବିଜେଡିର ବରିଷ୍ଠ ନେତା ଏକାଠି ଅଛନ୍ତି । ଅଶୋକ ଚନ୍ଦ୍ର ପଣ୍ଡା , ଅନଙ୍ଗ ଉଦୟ ସିଂଦେଓ ସାମିଲ ଅଛନ୍ତି । ପ୍ରଫୁଲ୍ଲ ମଲ୍ଲିକ , ନୃସିଂହ ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି । ରଘୁନାଥ ସାହୁ , ଶଶୀ ବେହେଲା , ପ୍ରଭାତ ତ୍ରିପାଠୀ, ଭୂପିନ୍ଦର ସିଂହ , ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇଛନ୍ତି । ପୂର୍ୱତନ ସାଂସଦ ଚନ୍ଦ୍ରଶେଖର ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି । ନବୀନ ନିବାସ ବାହାରେ ବୈଠକକୁ ନେଇ କମ୍ପନ ଦେଖାଦେଇଛି । ରୁଦ୍ଧ ଦ୍ୱାରରେ ଚାଲିଛି ନେତାଙ୍କ ବୈଠକ । ଭିତରକୁ ବାହାର ଲୋକଙ୍କୁ ବାରଣ କରାଯାଇଛି । ନେତାଙ୍କ ମୁହଁରେ ତୁଣ୍ଡି ଲଗାଇଥିଲେ ନବୀନ । ଗଣମାଧ୍ୟମ ଆଗରେ ମୁହଁ ଖେଲିବାକୁ ମନା କରିଛନ୍ତି । ୱାକଫ ବିଲ ସମର୍ଥନକୁ ନେଇ ଗତ କିଛି ଦିନ ହେଲା ବିଜେଡିରେ ହଲଚଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡି ନେତାଙ୍କ ମେଳି ଅନେକ ପ୍ରଶ୍ନ ଉଠାଇଛି । କାରଣ ୱାକଫ ବିଲ ସମର୍ଥନକୁ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇନାହିଁ ଦଳ ।
ସବୁଠାର ବଡ଼ କଥା ହେଉଛି ହୋଟେଲ୍ ନିକଟରେ ଓହ୍ଲାଇବା ପରେ ଗାଡ଼ି ନେଇ ପଳାଇବାକୁ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦେଇଥିଲେ ନେତାମାନେ । ପାଣ୍ଡିଆନଙ୍କ ବିରୋଧରେ ମେଳି ହେଲା କି ? କାହିଁକି ବରିଷ୍ଠ ନେତାମାନେ ଏକାଠି ହେଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପାଣ୍ଡିଆନଙ୍କ ବିରୋଧରେ କହିଥିଲେ ପ୍ରଭାତ ଓ ଚନ୍ଦ୍ରସାରଥି । କଣ ରହିଛି ଏହି ଆଲୋଚନାର ଆଭିମୁଖ୍ୟ ତାହା ସ୍ପଷ୍ଟ ହୋଇ ପାରିନି ।