29.1 C
Bhubaneswar
Tuesday, July 15, 2025
Homeଓଡିଶାବର୍ଷ ବର୍ଷ ଧରି ଏହି ସ୍ଥାନରୁ ବାହାରୁଛି ପାଣି

ବର୍ଷ ବର୍ଷ ଧରି ଏହି ସ୍ଥାନରୁ ବାହାରୁଛି ପାଣି

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ । ଏବେବି ଏପରି ଅନେକ ପ୍ରାଚୀନ କଳାକୃତି ଓ ଜଳ ଉତ୍ସ ରହିଛି ତାହା ପ୍ରଶାସନର ଦୃଷ୍ଟି ଆଢୁଆଳରେ ପହଞ୍ଚି ପାରିନାହିଁ । ସେହିଭଳି ତୁରେକେଲା ବ୍ଲକରୁ ମାତ୍ର ୧୦କିମି ଦୂର ରେ ରହିଛି ନାଗଫେଣା ଗାଁ । ଆଦିବାସୀ ଅଧ୍ୟୁସିତ ଏହି ଅଞ୍ଚଳ । ଗାଁକୁ ଯିବାକୁ ହେଲେ ବ୍ଲକ କାର୍ଯ୍ୟାଳୟ ଦେଇ ବାଇକ ଏବଂ କାରରେ ଆରାମରେ ଯାଇ ହେଉଛି । ଏହି ଗାଁରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ଜଳ ଉତ୍ସ । ନାଗଫେଣା ଗାଁକୁ ପ୍ରବେଶ କରିବା ମାତ୍ରେ ବାମ ପାର୍ଶ୍ୱରେ ଥିବା ଏକ ଜମି ନିକଟରେରେ ଦିନ ରାତି ବର୍ଷ ବର୍ଷ ଧରି ବାହାରୁଛି ଅନର୍ଗଳ ପାଣି । ଦୀର୍ଘ ଦଶନ୍ଧିରୁ ଏହି ପାଣି ବାହାରୁଥିବା କହିଛନ୍ତି ଗ୍ରାମବାସୀ । ତେବେ ଏହି ଜମିରେ ଥିବା ଏକ ଓସ୍ତ ବୃକ୍ଷ ତଳେ ଏଭଳି ପାଣି ବାହାରି ଜମିକୁ ଯାଉଛି । ବର୍ଷ ବର୍ଷ ଧରି ଏହି ସ୍ଥାନରୁ ଜଳ ବାହାରୁଥିବା ଦେଖି ଗ୍ରାମବାସୀମାନେ ଏକ ସିମେଣ୍ଟ କୁଣ୍ଡ ତିଆରି କରିଛନ୍ତି । ଏହି କୁଣ୍ଡ ଦେଇ ଏବେ ପାଣି ବାହାରୁଛି । ଏହି ଜଳ ଉତ୍ସ ପାଖରେ ଥିବା ଏକ ବଡ଼ ପଥର ଚଟାଣ ଉପରେ ରହିଛି ଅନେକ କଳାକୃତି ।

ଏଥିରେ ଏକ ପାଦୁକା ସହ ଅନ୍ୟ କଳାକୃତି ରହିଛି । ଏହା ବ୍ୟତୀତ, କିଛି ଲିପି ଏମିତି ମଧ୍ୟ ଲେଖା ହୋଇଛି ତାହାକୁ କେହି ପଢିପାରୁନାହାନ୍ତି । ଏହି ଚଟାଣରେ ଏକ ବଡ଼ ନାଗ ସାପ ଆକାରର ପଥର ମଧ୍ୟ ରହିଛି । ଏହି ନାଗ ସାପ ପଥରରୁ ହିଁ ଗାଁର ନାମକରଣ ମଧ୍ୟ ନାଗଫେଣା ହୋଇଥିବା ଗ୍ରାମବାସୀ କହନ୍ତି । ଏହି ଜଳ ଉତ୍ସ ପାଖରେ ଏକ ଜଗନ୍ନାଥ ମନ୍ଦିର ମଧ୍ୟ ରହିଛି । ଯାହାର ଅନେକ ଦିନ ହେବ ପୂଜାର୍ଚ୍ଚନା ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ନାଗଫେଣା ଗାଁକୁ ଯାଇ ଏହାକୁ ଦେଖି ଏହାର ପୁନଃ ଉଦ୍ଧାର କରିବା ପାଇ ଅଞ୍ଚଳବାସି ଦାବି କରିଛନ୍ତି । ଏ ନେଇ ଆମେ ତୁରେକେଲା ବିଡ଼ିଓଙ୍କ ପ୍ରତିକ୍ରିୟା ନେଇଥିଲୁ ସେ କହିଛନ୍ତି ସେ ନିଜେ ଗାଁକୁ ଯାଇ ଦେଖିବା ପରେ ଏହାର କିପରି ସୁବ୍ୟବସ୍ଥା କରାଯାଇ ପାରିବ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବେ । ତେବେ ଏହି ଜଳ ଉତ୍ସ ସ୍ଥଳକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦାବି ଗ୍ରାମବାସୀ କରୁଥିବା ବେଳେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଏହି ଗାଁକୁ ପହଞ୍ଚୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking