17.1 C
Bhubaneswar
Tuesday, February 3, 2026
Homeଓଡିଶାଘନ କୁହୁଡ଼ିକୁ ନେଇ ସତର୍କତା ଜାରି

ଘନ କୁହୁଡ଼ିକୁ ନେଇ ସତର୍କତା ଜାରି

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଓଡ଼ିଶାବାସୀଙ୍କୁ ହଇରାଣ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି। ରବିବାର ଭୋର ସମୟରେ ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱର, ନୟାଗଡ଼ ଏବଂ ପାରାଦୀପର ବିଚ୍ଛିନ୍ନ ସ୍ଥାନରେ ଦୃଶ୍ୟମାନତା ୫୦ ମିଟର ତଳକୁ ଖସିଯାଇଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କୁହୁଡ଼ି ପରିସ୍ଥିତି ଜାରି ରହିବ। ଆଞ୍ଚଳିକ ପାଣିପାଗ ବିଭାଗ ପୁରୀ, ଖୋର୍ଦ୍ଧା, କଟକ ଏବଂ ନୟାଗଡ ସମେତ ଓଡ଼ିଶାର ଚାରୋଟି ଜିଲ୍ଲା ପାଇଁ ଘନ କୁହୁଡ଼ି ପାଇଁ କମଳା ରଙ୍ଗର ସତର୍କତା ଜାରି କରିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର, ଗଞ୍ଜାମ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲା ପାଇଁ ମଧ୍ୟ ହଳଦିଆ ରଙ୍ଗର ସତର୍କତା ଜାରି କରାଯାଇଛି। ଘନ କୁହୁଡ଼ି ଯୋଗୁଁ ଯାନବାହାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking