20.1 C
Bhubaneswar
Friday, January 16, 2026
Homeଖେଳସନ୍ନ୍ୟାସରୁ ଫେରିବାକୁ ୱାର୍ଣ୍ଣର୍ ଆଗ୍ରହୀ

ସନ୍ନ୍ୟାସରୁ ଫେରିବାକୁ ୱାର୍ଣ୍ଣର୍ ଆଗ୍ରହୀ

ନୂଆଦିଲ୍ଲୀ: ରିଟାୟର୍ଡମେଣ୍ଟରୁ ପ୍ରତ୍ୟାବର୍ତ୍ତନ କରିବା ପାକିସ୍ତାନୀ କ୍ରିକେଟର୍‌ଙ୍କ ପାଇଁ ସାଧାରଣ ଘଟଣା ହୋଇଥିବା ବେଳେ ଅନ୍ୟ ଟିମ୍‌ରେ ଏହା ବହୁତ କମ୍ ଦେଖିବାକୁ ମିଳିଥାଏ। ଅବଶ୍ୟ ପାକିସ୍ତାନୀ କ୍ରିକେଟର୍‌ଙ୍କୁ ଦେଖି ଏବେ ଅନ୍ୟ ଟିମ୍‌ର ଖେଳାଳିମାନେ ମଧ୍ୟ ପ୍ରେରିତ ହେବାରେ ଲାଗିଛନ୍ତି। ସଦ୍ୟତମ ମାମଲା ଅଷ୍ଟ୍ରେଲିଆର ଜଣେ ମହାନ୍ କ୍ରିକେଟର୍‌ଙ୍କ ସହ ଜଡ଼ିତ, ଯିଏ ଆସନ୍ତା ମାସରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି (ବିଜିଟି) ସିରିଜ୍‌ରେ ଖେଳିବାକୁ ଇଚ୍ଛାପ୍ରକାଶ କରିଛନ୍ତି। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କ୍ରିକେଟର୍ ଜଣକ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଓପ୍ନର୍ ଡେଭିଡ୍ ୱାର୍ଣ୍ଣର୍‌। ୱାର୍ଣ୍ଣର କହିଛନ୍ତି, ଯଦି ଅଷ୍ଟ୍ରେଲିଆର ଓପ୍ନିଂ ସ୍ଲଟ୍‌ରେ ତାଙ୍କର ଆବଶ୍ୟତା ପଡ଼େ ତେବେ ସେ ସନ୍ନ୍ୟାସରୁ ଫେରି ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ୨୨୦୨୪-୨୫ରେ ଭାରତ ବିପକ୍ଷରେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ୱାର୍ଣ୍ଣର୍ ଚଳିତବର୍ଷ ପାକିସ୍ତାନ ବିପକ୍ଷ ଘରୋଇ ସିରିଜ୍‌ରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ।

୩୭ ବର୍ଷୀୟ ୱାର୍ଣ୍ଣର୍ କୋଡ୍ ସ୍ପୋର୍ଟ୍ସ ସହ କଥାବାର୍ତ୍ତା ବେଳେ କହିଛନ୍ତି ସେ ସର୍ବଦା ଉପଲବ୍ଧ ଅଛନ୍ତି, କେବଳ ଫୋନ୍ ଉଠାଇବା ବାକି। ସେ କହିଛନ୍ତି, ଫେବୃଆରୀରେ ତାଙ୍କ ଅନ୍ତିମ ଟେଷ୍ଟ ମ୍ୟାଚ୍ ପରେ ଅଷ୍ଟ୍ରେଲିଆ ଖେଳାଳିମାନେ କେବଳ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ତେଣୁ ତାଙ୍କ ପ୍ରସ୍ତୁତି ବାକି ଖେଳାଳିଙ୍କ ପରି। ୱାର୍ଣ୍ଣର କହିଛନ୍ତି, ସେ ଠିକ୍ କାରଣରୁ ସନ୍ନ୍ୟାସ ନେଇଥିଲେ। କିନ୍ତୁ ଅଷ୍ଟ୍ରେଲିଆ ଟିମ୍‌କୁ ଯଦି ତାଙ୍କ ଆବଶ୍ୟକତା ପଡ଼େ ତେବେ ସେ ପ୍ରସ୍ତୁତ ଅଛନ୍ତି। ସେ ପଛକୁ ହଟିବା ଲୋକ ନୁହନ୍ତି। ୱାର୍ଣ୍ଣର୍ ସନ୍ନ୍ୟାସ ପ୍ରତ୍ୟାହାର ପାଇଁ ଇଚ୍ଛାପ୍ରକାଶ କରିବା ଏହା ପ୍ରଥମ ଘଟଣା ନୁହେଁ। ତିନିମାସ ପୂର୍ବେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଚାମ୍ପିଅନ୍ସ ଖେଳିବାକୁ ଇଚ୍ଛାପ୍ରକାଶ କରିଥିଲେ। ଅବଶ୍ୟ ଏହାର କିଛିଦିନ ପରେ ଅଷ୍ଟ୍ରେଲୀୟ ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲୀ ୱାର୍ଣ୍ଣର୍‌ଙ୍କ ଏହି ଆଶାକୁ ଚୂରମାର କରିଦେଇଥିଲେ। ସେ କହିଥିଲେ ଆସନ୍ତାବର୍ଷ ପାକିସ୍ତାନରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ୱାର୍ଣ୍ଣର୍‌ଙ୍କ ନାମ ଉପରେ ବିଚାର କରାଯିବ ନାହିଁ।

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଡେଭିଡ୍ ୱାର୍ଣ୍ଣର୍ ସନ୍ନ୍ୟାସ ନେଇସାରିଥିଲେ ମଧ୍ୟ ଏବେ ବି ସେ ଫ୍ରାଞ୍ଚାଇଜି କ୍ରିକେଟ୍ ଖେଳିବା ଜାରୀ ରଖିଛନ୍ତି। ଅଗଷ୍ଟରେ ସେ ମ୍ୟାକ୍ସ୬୦ କ୍ୟାରିବିୟାନ୍ ୨୦୨୪ ଲିଗ୍‌ରେ ଖେଳୁଥିବା ଦେଖାଯାଇଥିଲା। ଏହା ପୂର୍ବରୁ ସେ ଗ୍ଲୋବାଲ୍ ଟି୨୦ କାନାଡା ଲିଗ୍‌ରେ ମଧ୍ୟ ଭାଗ ନେଇଥିଲେ। ତେବେ ଆଇପିଏଲ୍ ୨୦୨୫ରେ ସେ କୌଣସି ଟିମ୍ ପକ୍ଷରୁ ଖେଳିବେ କି ନାହିଁ ତାହା ସ୍ଥିର ହୋଇପାରି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking