19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକଂଗ୍ରେସରେ ବଢ଼ୁଛି ଉଷ୍ମତା: ଖର୍ଗେଙ୍କୁ କଡ଼ା ଜବାବ ଦେଲେ ଥରୁର

କଂଗ୍ରେସରେ ବଢ଼ୁଛି ଉଷ୍ମତା: ଖର୍ଗେଙ୍କୁ କଡ଼ା ଜବାବ ଦେଲେ ଥରୁର

ନୂଆଦିଲ୍ଲୀ: ବର୍ତ୍ତମାନ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପଦାରେ ପଡିଛି। ସବୁଆଡେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଥିରୁଅନନ୍ତପୁରମ୍ ଲୋକସଭା ଆସନରୁ କଂଗ୍ରେସ ସାଂସଦ ଥିବେ ଶଶି ଥରୁର ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କ ମଧ୍ୟରେ ସାମ୍ପ୍ରତିକ ବିବାଦ ତୀବ୍ରତର ହେବାରେ ଲାଗିଛି। ନିକଟରେ ଶଶି ଥରୁର ବରାବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି। ଏହାକୁ ନେଇ ଯେତେବେଳେ କିଛି ଗଣମାଧ୍ୟମ ପ୍ରତିନିଧି ଖର୍ଗେଙ୍କୁ ପ୍ରଶ୍ନ କଲେ ସେତେବେଳେ ଖର୍ଗେ ଥରୁରଙ୍କ ନାମ ନନେଇ ତାଙ୍କୁ ଟାର୍ଗେଟ କରିଥିଲେ ଏବଂ କହିଥିଲେ ଯେ କିଛି ଲୋକଙ୍କ ପାଇଁ ମୋଦୀ ହିଁ ସର୍ବପ୍ରଥମ ଏବଂ ଦେଶ ତା’ପରେ। ଏଭଳି ଲୋକ ଭାବନି ମୋଦୀ ହିଁ ସବୁକିଛି। ତେବେ ଖର୍ଗେଙ୍କ ଏପ୍ରକାର କଟାକ୍ଷର ଜବାବ ଦେବାକୁ ଯାଇ ଥରୁର କହିଛନ୍ତି ଯେ, ଡେଣା ଆମର, ଆକାଶ କିନ୍ତୁ କାହାର ନୁହେଁ। ଉଡ଼ିବା ପାଇଁ କାହାଠାରୁ ଅନୁମତି ନେବାର ଆବଶ୍ୟକତା ନାହିଁ। ପୂର୍ବରୁ ମଧ୍ୟ, ଅନେକ ସମୟରେ ଥରୁରଙ୍କ ମତ ଦଳ ବିରୋଧୀ ରହିଆସିଛି। ଏହାକୁ ନେଇ ଅନେକ କଂଗ୍ରେସ ନେତା ତାଙ୍କ ଉପରେ ମନ୍ତବ୍ୟ ଦେଇଥିଲେ।

ଶଶି ଥରୁର ତାଙ୍କ ଉପରେ ଉଠାଯାଉଥିବା ନିରନ୍ତର ପ୍ରଶ୍ନର ଉତ୍ତର ଦେବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ। ସେ ସୋସିଆଲ ମିଡିଆ ସାଇଟ ଏକ୍ସ’ ରେ ଏକ ପକ୍ଷୀର ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ଲେଖାଯାଇଥିଲା, ‘ଉଡ଼ିବା ପାଇଁ କାହାକୁ ଅନୁମତି ମାଗିବାର ଆବଶ୍ୟକତା ନାହିଁ। ଡେଣା ତୁମର, ଆକାଶ ବି ତୁମର, ଅନ୍ୟ କାହାର ନୁହେଁ।’ ଥରୁରଙ୍କ ପୋଷ୍ଟକୁ ରାଜନୈତିକ ମହଲରେ ବହୁତ ଆଲୋଚନା କରାଯାଉଛି। ଅପରେଶନ ସିନ୍ଦୂର ପରେ ସାରା ବିଶ୍ୱରେ ହୋଇଥିବା ସର୍ବଦଳୀୟ ବୈଠକରେ ଶଶି ଥରୁରଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଦଳ ଭିତରେ ଅନେକ ଥର ବିରୋଧର ସମ୍ମୁଖୀନ ହୋଇଥିବା ଶଶି ଥରୁରଙ୍କୁ ଏଥର ଖୋଲା ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ଏପରିକି ସେ ଏବେ ବିଜେପିର ସୁପର ମୁଖପାତ୍ର ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିବା ପାଇଁ ଅନେକ କଂଗ୍ରେସ ନେତା ତାଙ୍କୁ ସମାଲୋଚନା କରିଥିଲେ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କହିଛନ୍ତି, “ମୁଁ ଇଂରାଜୀ ବୁଝେ ନାହିଁ। ତାଙ୍କର (ଥରୁର) ଭାଷା ଉପରେ ବହୁତ ଭଲ ନିୟନ୍ତ୍ରଣ ଅଛି, ତେଣୁ ଆମେ ତାଙ୍କୁ ସିଡବ୍ଲ୍ୟୁସି ସଦସ୍ୟ ଭାବରେ ନିଯୁକ୍ତ କରିଛୁ। ଅପରେସନ୍ ସିନ୍ଦୂର ହେଉ କିମ୍ବା ଅନ୍ୟ କୌଣସି ସାମରିକ ଅଭିଯାନ, ଆମେ ଭାରତୀୟ ସେନାକୁ ଆମର ସମର୍ଥନ ଦେଇଆସିଛୁ। ଆମେ କହିଥିଲୁ ଯେ ଦେଶ ପ୍ରଥମେ ଆସେ। କିନ୍ତୁ କିଛି ଲୋକ ବିଶ୍ୱାସ କରନ୍ତି ଯେ ମୋଦୀ ପ୍ରଥମେ ଆସନ୍ତି। ଖର୍ଗେଙ୍କ କହିବାନୁସାରେ ‘ବିଜେପି କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ ଯାତ୍ରା’କୁ ଭୟ କରୁଛି। ସେମାନେ ୫୦ ବର୍ଷ ପୂର୍ବର ଜରୁରୀକାଳୀନ ପରିସ୍ଥିତି ବିଷୟରେ କହୁଛନ୍ତି। ଯେଉଁମାନେ ନିଜ କାର୍ଯ୍ୟକାଳ ମଧ୍ୟରେ କିଛି କରିପାରିନଥିଲେ। ଯେଉଁମାନଙ୍କ ପାଖରେ ବେକାରୀ, ମହଙ୍ଗା ଏବଂ ବିମୁଦ୍ରାକରଣ ପ୍ରସଙ୍ଗର କୌଣସି ଉତ୍ତର ନାହିଁ। ସେମାନେ ମିଛକୁ ଲୁଚାଇବା ପାଇଁ ଆଜି ଏହି ନାଟକ କରୁଛନ୍ତି (ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପୂରଣକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ପାଳନ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking