ନୂଆଦିଲ୍ଲୀ: ଯୁଦ୍ଧ ଭିତରେ ପୁଣି ବଢିଲା ଏଲପିଜି କମର୍ସିଆଲ ଦର । ଇରାନ- ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଏଲପିଜି ସିଣ୍ଡର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ସରକାରୀ ପିଏସୟୁ, ଆଇଓସି, ଏଚପିସିଏଲ ଏବଂ ବିପିସିଏଲ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରିଛନ୍ତି । ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ତୈଳ କମ୍ପାନୀଗୁଡିକ ବୁଧବାର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରିଛନ୍ତି । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ । ମାର୍ଚ୍ଚ ୭ ତାରିଖରେ ସେମାନଙ୍କର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଭୁବନେଶ୍ୱରରେ ୧୯ କେଜି ସିଲିଣ୍ଡର ଦର ୨୦୧୯ ଟଙ୍କାକୁ ବୃଦ୍ଧି ହୋଇଛି । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହୋଇନାହିଁ ।










