23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଆସାମକୁ ବ୍ୟାପିଲା ୱାକ୍‌ଫ୍ ନିଆଁ; ବିକ୍ଷୋଭକାରୀଙ୍କ ଟେକାମାଡ଼, ପୋଲିସର ଲାଠିଚାର୍ଜ

ଆସାମକୁ ବ୍ୟାପିଲା ୱାକ୍‌ଫ୍ ନିଆଁ; ବିକ୍ଷୋଭକାରୀଙ୍କ ଟେକାମାଡ଼, ପୋଲିସର ଲାଠିଚାର୍ଜ

ଗୁଆହାଟୀ: ୱାକଫ୍ ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନର ନିଆଁ ରବିବାର ଆସାମକୁ ମଧ୍ୟ ବ୍ୟାପିଛି। କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ଆଇନ ବିରୋଧରେ ଆସାମର ଚମରାଗୁଡ଼ମ୍‌, ବେରେଙ୍ଗା ଆଦି ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ୪୦୦ରୁ ଊର୍ଦ୍ଧ୍ୱ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବେରେଙ୍ଗାରେ ଶତାଧିକ ଲୋକ ପ୍ରଶାସନର ବିନା ଅନୁମତିରେ ବିକ୍ଷୋଭ କରୁଥିବା ବେଳେ ପୋଲିସ ସେମାନଙ୍କୁ ହଟିବାକୁ କହିଥିଲା।

କିନ୍ତୁ ସେମାନେ ମାନିନଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ପୋଲିସକୁ କଳାପତାକା ଦେଖାଇଥିଲେ। ପୋଲିସ୍ ସେମାନଙ୍କୁ ବଳପୂର୍ବକ ଘଉଡାଇବାକୁ ଚେଷ୍ଟା କରିବାରୁ ସେମାନେ ପୋଲିସ୍ କର୍ମଚାରୀଙ୍କ ଉପରେ ଟେକାପଥର ମାଡ଼ କରିଥିଲେ। ଫଳରେ ପୋଲିସ ବାଧ୍ୟହୋଇ ସେମାନଙ୍କ ଉପରେ ଲାଠିଚାର୍ଜ କରିଛି। ଏନେଇ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୱାକଫ୍ ଆଇନକୁ ନେଇ ମତାମତ ଦେବାର ଠିକ୍ ଦିନକ ପରେ ଆସାମରେ ଏହି ବିକ୍ଷୋଭ ମୁଣ୍ଡ ଟେକିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking