ପୁରୀ: ଶ୍ରୀମନ୍ଦିରକୁ ସମ୍ପୁର୍ଣ୍ଣ ବାରଣ ହେବ ମୋବାଇଲ ଫୋନ । କୌଣସି ପୋଲିସ କିମ୍ବା ସେବାୟତ ବି ନେଇପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା ହେବ କହିଲେ ସୁରକ୍ଷା ସବକମିଟି ମୁଖ୍ୟ । ବୈଠକ ପରେ ସୁରକ୍ଷା ସବକମିଟି ମୁଖ୍ୟ ଗିରିଶ ଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଭିତର ବାହାର ସୁରକ୍ଷା ନେଇ ଆଲୋଚନା ହୋଇଛି । କେତେକ ଜିନିଷ ନିଜକୁ କରିବାକୁ ହେବ, ଆଉ କିଛି ସରକାର କରିବେ । କାହାକୁ ହଇରାଣ କରିବାକୁ ନୁହେଁ, ଶ୍ରୀମନ୍ଦିର ସୁରକ୍ଷା ପାଇଁ ହେବ । ଅନ୍ୟ ମନ୍ଦିରର ସୁରକ୍ଷା ଅନୁଧ୍ୟାନ କରି ନିଷ୍ପତ୍ତି ନେବୁ ।










