28.1 C
Bhubaneswar
Monday, February 9, 2026
Homeଖେଳଡବ୍‌ଲ୍ୟୁଆର୍ ଚେସ୍ ମାଷ୍ଟର୍ସ; ଭାଚିଏର୍‌-ଜାଗ୍ରେଭ୍‌ଙ୍କୁ ହରାଇ ଏରିଗାସୀ ଚାମ୍ପିଅନ୍‌

ଡବ୍‌ଲ୍ୟୁଆର୍ ଚେସ୍ ମାଷ୍ଟର୍ସ; ଭାଚିଏର୍‌-ଜାଗ୍ରେଭ୍‌ଙ୍କୁ ହରାଇ ଏରିଗାସୀ ଚାମ୍ପିଅନ୍‌

ନୂଆଦିଲ୍ଲୀ: ଭାରତୀୟ ଗ୍ରାଷ୍ଟମାଷ୍ଟର୍ ଅର୍ଜୁନ ଏରିଗାସୀ ଫାଇନାଲ୍‌ରେ ଫ୍ରାନ୍ସର ମାକ୍ସିମ୍ ଭାଚିଏର-ଜାଗ୍ରେଭ୍‌ଙ୍କୁ ହରାଇ ଡବ୍ଲ୍ୟୁଆର୍ ଚେସ୍ ମାଷ୍ଟର୍ସ ଟାଇଟଲ୍ ଜିତିଛନ୍ତି। ଏରିଗାସୀ କ୍ଲାସିକାଲ୍ ଚେସ୍‌ରେ ଦୁଇଟି ଡ୍ର’ ମ୍ୟାଚ୍ ପରେ ଆର୍ମାଗେଡନ୍ ଗେମ୍‌ରେ ଫ୍ରାନ୍ସ ଖେଳାଳିଙ୍କୁ ପଛରେ ପକାଇଥିଲେ। ଏରିଗାସୀ ପୂରା ଟୁର୍ଣ୍ଣାମେଣ୍ଟ୍‌ରେ ଲୟ ବଜାୟ ରଖିବା ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ବିଜୟ ଫଳରେ ସେ ପୁରସ୍କାର ସ୍ୱରୂପ ୨୦ ହଜାର ୟୁରୋ (ପ୍ରାୟ ୧୮.୨୩ ଲକ୍ଷ ଟଙ୍କା) ହାସଲ କରିଛନ୍ତି।

ବିଶ୍ୱ ର‌୍ୟାଙ୍କିଙ୍ଗ୍‌ର ୪ ନମ୍ବର ଖେଳାଳି ଏରିଗାସୀ ଏହି ବିଜୟ ସହ ୨୮୦୦ ଇଏଲ୍‌ଓ ରେଟିଂ ନିକଟବର୍ତ୍ତୀ ହୋଇଛନ୍ତି। ଏହି ନକ୍‌ଆଉଟ୍ ଟୁର୍ଣ୍ଣାମେଣ୍ଟ୍ ସେମିଫାଇନାଲ୍‌ରେ ସେ ନିଜ ବନ୍ଧୁ ଆର୍ ପ୍ରଜ୍ଞାନନ୍ଦଙ୍କୁ ପରାଜିତ କରିଥିଲେ। ୧୬ ଜଣ ଖେଳାଳିଙ୍କୁ ନେଇ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍‌ର ପ୍ରାରମ୍ଭିକ ମ୍ୟାଚ୍‌ରେ ଏରିଗାସୀ ଇଂଲଣ୍ଡର ନଅ ବର୍ଷୀୟ ଖେଳାଳି ଶିବାନନ୍ଦା ବୋଧାନାଙ୍କୁ ପରାଜିତ କରିଥିଲେ। ନିକଟରେ ବୋଧାନା ଚେସ୍ ଅଲିମ୍ପିଆଡ୍‌ରେ ଭାଗ ନେବାରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ଏହାପରେ ଏରିଗାସୀ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ବିଦିତ ଗୁଜରାତି ଓ ପ୍ରଜ୍ଞାନନ୍ଦଙ୍କୁ ସମାନ ୧.୫-୦.୫ ବ୍ୟବଧାନରେ ହରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking