19.1 C
Bhubaneswar
Friday, December 5, 2025
Homeଦେଶ ବିଦେଶସରିଲା ଭୋଟ୍‌: ଆସିଲା ବୁଥ୍ ବାହୁଡା ମତ; ବିହାରରେ ପୁଣି ଏନ୍‌ଡିଏ ସରକାର!

ସରିଲା ଭୋଟ୍‌: ଆସିଲା ବୁଥ୍ ବାହୁଡା ମତ; ବିହାରରେ ପୁଣି ଏନ୍‌ଡିଏ ସରକାର!

ବିହାର: ବିହାର ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପ୍ର୍ରକିୟା ଶେଷ ହେବା ପରେ ପରେ ବୁଥ୍ ବାହୁଡା ମତାମତ (ଏକ୍‌ଜିଟ୍ ପୋଲ୍‌) ସାମ୍ନାକୁ ଆସିଛି। ଏକ୍‌ଜିଟ୍ ପୋଲ୍ ଫଳାଫଳ ଅନୁସାରେ ବିହାରରେ ପୁଣିଥରେ ଏନ୍‌ଡିଏ ସରକାର ଗଢ଼ିବ। ଅର୍ଥାତ୍ ୨୦୨୫ ବିଧାନସଭା ନିର୍ବାଚନରେ ମଧ୍ୟ ବିହାରବାସୀ ପୁଣିଥରେ ଏନ୍‌ଡିଏକୁ ଜନାଦେଶ ଦେଇଛନ୍ତି ବୋଲି ଏକ୍‌ଜିଟ୍ ପୋଲ୍ ଦର୍ଶାଇଛି। ଏକ୍‌ଜିଟ୍ ପୋଲ୍‌ରେ ସାମିଲ ଅଧିକାଂଶ ଏଜେନ୍ସିଗୁଡ଼ିକ ବିହାରରେ ପୁଣିଥରେ ବିଜେପି, ଜେଡିୟୁ ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ବହୁମତ ହାସଲ କରିବ ବୋଲି ଦର୍ଶାଇଛନ୍ତି।

ପି-ମାର୍କ ଏକଜିଟ୍ ପୋଲ୍ ଅନୁସାରେ ଏନ୍‌ଡିଏକୁ ୧୪୨-୧୬୨ ଆସନ ମିଳିବ। ସେହିପରି ବିରୋଧୀ କଂଗ୍ରେସ ଓ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟକୁ ୮୦ରୁ ୯୮ ଆସନ ଏବଂ ଅନ୍ୟଙ୍କୁ ୧ରୁ ୭ଟି ଆସନ ମିଳିବ। ଦୈନିକ ଭାସ୍କର ଅନୁସାରେ ଏନ୍‌ଡିଏକୁ ୧୪୫ରୁ ୧୬୦ ଆସନ, ମହାମେଣ୍ଟକୁ ୭୩ରୁ ୯୧ ଆସନ ଏବଂ ଅନ୍ୟଙ୍କୁ ୫ରୁ ୧୦ ଆସନ ମିଳିବ। ଡିଭି ରିସର୍ଚ୍ଚ ଅନୁସାରେ ଏନ୍‌ଡିଏକୁ ୧୩୭ରୁ ୧୫୨ ଆସନ, ମହାମେଣ୍ଟକୁ ୮୩ରୁ ୯୮ ଆସନ ଏବଂ ଅନ୍ୟଙ୍କୁ ୨ରୁ ୬ଟି ଆସନ ମିଳିବ। ମାଟ୍ରିଜ୍‌-ଆଇଏଏନ୍‌ଏସ୍ ଏକଜିଟ୍ ପୋଲ ଅନୁଯାୟୀ, ବିହାରରେ ଏନ୍‌ଡିଏକୁ ୧୪୭-୧୬୭ ଆସନ ଏବଂ ବିରୋଧୀ ମହାଗଠବନ୍ଧନକୁ ୭୦-୯୦ ଆସନ ମିଳିବ ବୋଲି ଦର୍ଶାଇଛି। ଏନ୍‌ଡିଏକୁ ୪୮% ଭୋଟ୍ ମିଳିଥିବା ବେଳେ ବିରୋଧୀ ମେଣ୍ଟକୁ ୩୭% ଏବଂ ଅନ୍ୟାନ୍ୟକୁ ୧୫% ଭୋଟ୍ ମିଳିଥିବା ମାଟ୍ରିଜ୍‌-ଆଇଏଏନ୍‌ଏସ୍ ଦର୍ଶାଇଛି। ସେହିପରି ଚାଣକ୍ୟ ଷ୍ଟ୍ରାଟେଜିଜ୍ ଅନୁଯାୟୀ, ଏନ୍‌ଡିଏ ୧୩୦-୧୩୮ ଆସନ ଓ ବିରୋଧୀ ମହାମେଣ୍ଟ ୧୦୦-୧୦୮ ଆସନ ପାଇବାକୁ ଯାଉଥିବା ବେଳେ ଅନ୍ୟାନ୍ୟ ବର୍ଗକୁ ୩-୫ ଆସନ ମିଳିବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷେ ପୋଲ୍‌ଷ୍ଟାର୍ଟ ଅନୁସାରେ ଏନ୍‌ଡିଏ ୧୩୩-୧୪୮ ଆସନ, ମହାମେଣ୍ଟକୁ ୮୭-୧୦୨ ଏବଂ ଅନ୍ୟାନ୍ୟଙ୍କୁ ୩-୫ ଆସନ ମିଳିବ ବୋଲି ଆକଳନ କରାଯାଇଛି। ଟିଆଇଏଫ୍ ରିସର୍ଚ୍ଚର ଏକଜିଟ୍ ପୋଲ୍ ଫଳାଫଳ ଅନୁସାରେ ଏନ୍‌ଡିଏକୁ ୧୪୫-୧୬୩ ଆସନ, ମହାମେଣ୍ଟକୁ ୭୬-୯୫ ଆସନ ଏବଂ ଅନ୍ୟାନ୍ୟଙ୍କୁ ୩-୬ ଆସନ ମିଳିବା ନେଇ ସମ୍ଭାବନା ରହିଛି। ତେବେ ପ୍ରଜା ପୋଲ୍ ଆନାଲିଟିକ୍ସ ଏକଜିଟ୍ ପୋଲ ଏନ୍‌ଡିଏକୁ ସର୍ବାଧିକ ୧୮୬ ଆସନ, ମହାମେଣ୍ଟକୁ ମାତ୍ର ୫୦ ଆସନ ଏବଂ ଅନ୍ୟାନ୍ୟଙ୍କୁ ୭ ଆସନ ମିଳିବା ନେଇ ଆକଳନ କରିଛି। ଅନ୍ୟତମ ଏକ୍‌ଜିଟ୍ ପୋଲ୍ ଏଜେନ୍ସି ପୋଲ୍ ଡାଏରୀ ଏନ୍‌ଡିଏକୁ ୧୮୪-୨୦୯ ଆସନ, ମହାମେଣ୍ଟକୁ ୩୨-୪୯ ଆସନ ଏବଂ ଅନ୍ୟାନ୍ୟଙ୍କୁ ୧-୫ ଆସନ ଜିତିବାକୁ ଆକଳନ କରିଛି।

ବିହାରରେ ମୋଟ୍ ୨୪୩ ବିଧାନସଭା ଆସନ ଥିବାବେଳେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨ ରହିଛି। ଗୋଟିଏ ପଟେ ବିରୋଧୀ ମହାମେଣ୍ଟର ଅଂଶୀଦାର ଦଳଗୁଡ଼ିକ ପ୍ରଥମରୁ ଭୋଟ୍ ଚୋରି ଅଭିଯୋଗ କରିଆସୁଥିବା ବେଳେ ଏବେ ସାମ୍ନାକୁ ଆସିଥିବା ଏକ୍‌ଜିଟ୍ ପୋଲ୍ ଫଳାଫଳ ସେମାନଙ୍କ ନିଦ ହଜାଇଦେଇଛି। ଆରଜେଡି ନେତା ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଏକ୍‌ଜିଟ୍ ପୋଲ୍ ଫଳାଫଳକୁ ଭ୍ରମାତ୍ମକ ବୋଲି ଦର୍ଶାଇବା ସହ ଆସନ୍ତା ୧୪ ତାରିଖରେ ଘୋଷଣା ହେବାକୁ ଥିବା ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking