ନୂଆଦିଲ୍ଲୀ: ପୁଣି ନିର୍ବାଚନ କମିସନ୍ଙ୍କୁ ରାହୁଲ ଗାନ୍ଧୀ ଟାର୍ଗେଟ କରିଛନ୍ତି । ଭୋଟ ଚୋରି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ନିର୍ବାଚନ କମିଶନ ଏବଂ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ଲୋକତନ୍ତ୍ରକୁ କ୍ଷତି ପହଞ୍ଚାଇଛନ୍ତି ନିର୍ବାଚନ କମିସନ । ଭୋଟ ଡିଲିଟ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ । ଯେଉଁଠି କଂଗ୍ରେସ ମଜଭୁତ ସେଇଠି ଭୋଟ ଚୋରି । ମହାରାଷ୍ଟ୍ର, ହରିୟାଣା, ୟୁପିରେ ଏଭଳି ଚୋରି ହୋଇଛି ।କଂଗ୍ରେସ ଭୋଟରଙ୍କୁ ଟାର୍ଗେଟ କରାଯାଉଛି । ପ୍ରତି ନିର୍ବାଚନରେ ଭୋଟରଙ୍କ ନାମ ବାଦ ପଡୁଛି କହିଛନ୍ତି ରାହୁଲ । ନିର୍ବାଚନ କମିସନଙ୍କୁ କର୍ଣ୍ଣାଟକ ସିଆଇଡି ଚିଠି ଲେଖିଥିଲେ । ନିର୍ବାଚନ କମିସନ ଜାଣିଛନ୍ତି ଏହା ପଛରେ କିଏ । ଜବାବ ଦେବାକୁ ନିର୍ବାଚନ କମିସନଙ୍କୁ ସପ୍ତାହେ ସମୟ ଦେଲେ ରାହୁଲ । ସପ୍ତାହକ ଭିତରେ ଉତ୍ତର ନରଖିଲେ କୋର୍ଟ ଯିବି । ରାହୁଲ ଗାନ୍ଧୀ କହିଛନ୍ତି, “ଭାରତର ମୁଖ୍ୟ ନିର୍ବାଚନ କମିଶନର ଭୋଟ ଚୋରମାନଙ୍କୁ ସୁରକ୍ଷା ଦେଉଛନ୍ତି। ସେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ଯେଉଁମାନେ ଭାରତୀୟ ଗଣତନ୍ତ୍ରକୁ ନଷ୍ଟ କରିଛନ୍ତି।










