30.1 C
Bhubaneswar
Thursday, February 5, 2026
Homeଓଡିଶାଭିସୁଟ୍‌ ଛାତ୍ରୀ ମୃତ୍ୟୁ ମାମଲା: ଅଭିଯୁକ୍ତକୁ ଜାମିନ

ଭିସୁଟ୍‌ ଛାତ୍ରୀ ମୃତ୍ୟୁ ମାମଲା: ଅଭିଯୁକ୍ତକୁ ଜାମିନ

କଟକ : ସମ୍ବଲପୁର ବୁର୍ଲାସ୍ଥିତ ଭିସୁଟ୍ ଛାତ୍ରୀ ଚିନ୍ନୟୀ ପ୍ରିୟଦର୍ଶିନୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଗିରଫ ହୋଇଥିବା ପ୍ରୀତିମାନ ଦେଙ୍କୁ ଅଦାଲତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କା ବେଲ ବଣ୍ଡ ଓ ଦୁଇ ଜଣ ଜାମିନଦାର, ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ଆବେଦନକାରୀ ଦେଶ ବାହାରକୁ ଯାଇ ପାରିବେ ନାହିଁ, ଯଦି ପାସ୍‌ପୋର୍ଟ ଥିବ ତାହା ଦାଖଲ କରିବେ ଏବଂ ତଦନ୍ତରେ ସହଯୋଗ କରିବେ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ବିଚାରପତି ଗୌରୀଶଙ୍କର ଶତପଥୀ ଜାମିନ ଆବେଦନର ଶୁଣାଣି କରି ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ପ୍ରକାଶ, ୨୦୨୩ ଫେବୃଆରୀ ୨୮ରେ ଚିନ୍ମୟୀ ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ। ରାତିରେ ସେ ଭୁବନେଶ୍ବର ଯିବା ପାଇଁ ଟିକଟ୍ ମଧ୍ୟ କରିଥିଲେ; ହେଲେ ଚିନ୍ନୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଥିଲେ। ବୁର୍ଲା ଥାନାରେ ମାମଲା ରୁଜୁ ହୋଇଥିଲା। ପୁଲିସ ୨୦୨୫ ମାର୍ଚ୍ଚ ୩୧ରେ ପ୍ରୀତିମାନଙ୍କୁ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking