19.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶବିରାଟ କୋହଲିଙ୍କ ବିଶ୍ୱ ରେକର୍ଡ; ଆର୍‌ସିବି ପକ୍ଷରୁ ୩୦୦ ଛକାରେ ପ୍ରଥମ ବ୍ୟାଟର୍‌

ବିରାଟ କୋହଲିଙ୍କ ବିଶ୍ୱ ରେକର୍ଡ; ଆର୍‌ସିବି ପକ୍ଷରୁ ୩୦୦ ଛକାରେ ପ୍ରଥମ ବ୍ୟାଟର୍‌

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ଶନିବାର ଚେନ୍ନାଇ ସୁପର୍ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ଛକା ଲଗାଇବା ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ଏକ କୀର୍ତ୍ତିମାନ କରିଛନ୍ତି। ଏହା ସହିତ ଟି-୨୦ କ୍ରିକେଟ୍‌ରେ ସେ ଆର୍‌ସିବି ପକ୍ଷରୁ ୩୦୦ କିମ୍ବା ଊର୍ଦ୍ଧ୍ୱ ଛକା ମାରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ଏହି ଲିଷ୍ଟ୍‌ର ଦ୍ୱିତୀୟ ସ୍ଥାନରେ କ୍ରିସ୍ ଗେଲ୍ ରହିଛନ୍ତି। ସେ ଆର୍‌ସିବି ପକ୍ଷରୁ ୨୬୩ ଛକା ମାରିଥିଲେ। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା (୨୬୨) ତୃତୀୟ ସ୍ଥାନ ରହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର କାଇରନ୍ ପୋଲାର୍ଡ (୨୫୮) ଏବଂ ଚେନ୍ନାଇ ସୁପର୍ କିଙ୍ଗ୍‌ସର ଏମ୍‌ଏସ୍ ଧୋନି (୨୫୭) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି।

ଏହି ମ୍ୟାଚ୍‌ରେ କୋହଲି ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ଟି-୨୦ କ୍ରିକେଟ୍‌ରେ ଗୋଟିଏ ଭେନ୍ୟୁରେ ସର୍ବାଧିକ ଛକା ମାରିବାରେ ସେ ପ୍ରଥମ ବ୍ୟାଟର୍ ହୋଇଛନ୍ତି। ଏହି ମାମଲାରେ ସେ କ୍ରିସ୍ ଗେଲ୍‌ଙ୍କୁ ପଛରେ ପକାଇଛନ୍ତି। ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ କୋହଲିଙ୍କ ନାମରେ ଏବେ ୧୫୪ ଛକା ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା କ୍ରିସ୍ ଗେଲ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ୧୫୧ ଛକା ମାରିଥିଲେ। ଲିଷ୍ଟ୍‌ର ତୃତୀୟ ସ୍ଥାନରେ ମଧ୍ୟ ଗିଲ୍ ରହିଛନ୍ତି। ସେ ବାଂଲାଦେଶର ମୀରପୁରରେ ୧୩୮ ଛକା ମାରିଛନ୍ତି। ଆଲେକ୍ସ ହେଲ୍ସ (ନଟିଂହାମ୍‌ରେ ୧୩୫ ଛକା) ଏବଂ ରୋହିତ ଶର୍ମା (ୱାଙ୍ଖେଡେରେ ୧୨୨ ଛକା) ଲିଷ୍ଟ୍‌ର ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking