21.1 C
Bhubaneswar
Tuesday, February 3, 2026
Homeଖେଳବିରାଟ କୋହଲିଙ୍କ ୫୨ତମ ଶତକ

ବିରାଟ କୋହଲିଙ୍କ ୫୨ତମ ଶତକ

ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକାର ପ୍ରଥମ ଦିନିକିଆରେ ଚମକିଲେ ବିରାଟ କୋହଲି। ରାଞ୍ଚିରେ ଶତକ କଲେ ବିରାଟ କୋହଲି। ଦିନିକିଆରେ ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟ ଶତକ କରଛନ୍ତି। ଏହା କୋହଲିଙ୍କ ୫୨ତମ ଶତକ। ଚୌକା ମାରି ଶତକ ପୂରଣ କଲେ କୋହଲି। ୭ ଚୌକା, ୫ ଛକା ଜରିଆରେ ୧୦୨ ବଲ୍‌ରେ ଶତକ କରିଛନ୍ତି। ବିରାଟଙ୍କ ନାଁରେ ରହିଛି ଦିନିକିଆରେ ସର୍ବାଧିକ ଶତକ ରେକର୍ଡ। ୩୯ତମ ଓଭରରେ, ବିରାଟ କୋହଲି ପ୍ରଣୀଲନ ସୁବ୍ରାୟନଙ୍କ ବଲରେ ଲଗାତାର ଚାରୋଟି ଚୌକା ମାରିଥିଲେ। ସେ ତୃତୀୟ ବଲରେ ଗୋଟିଏ ଚୌକା, ଚତୁର୍ଥ ଏବଂ ପଞ୍ଚମ ବଲରେ ଛକା ଏବଂ ତା’ପରେ ଶେଷ ବଲରେ ଗୋଟିଏ ଚୌକା ମାରିଥିଲେ। ଏହି ଓଭର ସରିବା ସହିତ ଭାରତ ୨୫୦ ରନ୍ ଅତିକ୍ରମ କରିଥିଲା। ଏବେ ଭାରତ ୪୧ ଓଭରରେ ୪ ୱିକେଟ ହରାଇ ୨୬୬ ରନ କରିଛି। ବିରାଟ କୋହଲି ଏବଂ କେଏଲ ରାହୁଲ କ୍ରିଜରେ ଅଛନ୍ତି। କୋହଲି ତାଙ୍କର ୫୨ତମ ଏକଦିବସୀୟ ଶତକ ପୂରଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking