ନୂଆଦିଲ୍ଲୀ: ଶୁକ୍ରବାର ଭୋର ସମୟରେ ଜୟପୁରର ଚୋମୁ ସହରରେ ଏକ ମସଜିଦ ବାହାରେ ପଡିଥିବା ପଥର ହଟାଇବା ପରେ ବିକ୍ଷୋଭକାରୀମାନେ ହିଂସା ସୃଷ୍ଟି କରିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇ ବିକ୍ଷୋଭକାରୀଙ୍କ ଉପରକୁ ଲୁହବୁହା ବ୍ୟାସ ମାଡ କରିଥିଲେ । ଏଥିରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଅଧିକାରୀଙ୍କ କହିବା ଅନୁଯାୟୀ, ସେମାନେ କାଳନ୍ଦ୍ରି ମସଜିଦ ବାହାରେ କିଛି ପଥର ହଟାଇବାକୁ ଚେଷ୍ଟା କରୁଥିବା ସମୟରେ ଅନ୍ୟ ଗୋଷ୍ଠୀର ଲୋକ ଆସି ହଠାତ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ପୋଲିସ ଏନେଇ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରିଛି । ଡିସେମ୍ବର ୨୭ ସକାଳ ୭ଟା ଯାଏଁ ୨୪ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛି । ଅନ୍ୟପକ୍ଷରେ ସକାଳୁ ଗୋଷ୍ଠୀ ସଂଘର୍ଷ ପରେ ଅଞ୍ଚଳଗୁଡିକରେ ଦକାନ ସବୁ ବନ୍ଦ ରହିଛି । ବରିଷ୍ଠ ପଲୋିସ ଅଧିକାରୀମାନେ ଅଞ୍ଚଳ ପରିଦର୍ଶନ କରି ଉତ୍ୟକ୍ତ ଲୋକଙ୍କୁ ଶାନ୍ତ ରହିବା ପାଇଁ ଅନୁରୋଧ କରିଛନ୍ତି । ପୋଲିସ ଉପରେ ପଥର ଫିଙ୍ଗିଥିବା ଏବଂ ହିଂସାରେ ଶାମିଲ ଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।










