27.1 C
Bhubaneswar
Friday, March 27, 2026
Homeଦେଶ ବିଦେଶମଣିପୁରରେ ପୁଣି ହିଂସା, ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ମଣିପୁରରେ ପୁଣି ହିଂସା, ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ଇମ୍ଫାଲ: ମଣିପୁରରେ ପୁଣିଥରେ ହିଂସାର ମାହୋଲ ସୃଷ୍ଟି ହୋଇଛି। ରିପୋର୍ଟ ଅନୁସାରେ ଉଗ୍ରବାଦୀମାନେ ପୁଣି ଏଠାରେ ବର୍ବର କାଣ୍ଡ ଘଟାଇଛନ୍ତି। କାମରୁ ଘରକୁ ଫେରୁଥିବା ବେଳେ ୨ ପ୍ରବାସୀ ଶ୍ରମିକଙ୍କୁ ସେମାନେ ଗୁଳିକରି ହତ୍ୟା କରିଛନ୍ତି। ମଣିପୁରର କାକଚିଙ୍ଗ ଜିଲ୍ଲାରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ତେବେ ଏହି ୨ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଥିବା ଆକ୍ରମଣକାରୀମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହାଁନ୍ତି। ପୁଲିସର ସୂଚନାନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୨୦ ମିନିଟ୍ ସମୟରେ ଏହି ହତ୍ୟାକାଣ୍ଡ ଘଟିଛି।

କାକଚିଙ୍ଗ ଜିଲ୍ଲାର କେଇରାକରେ ନିର୍ମାଣ କାର୍ଯ୍ୟ କରିବା ପରେ ଏଠାରୁ ଉଭୟ ଶ୍ରମିକ ନିଜ ନିଜ ସାଇକେଲ୍ ଯୋଗେ ରହୁଥିବା ଭଡା ଘରକୁ ଫେରୁଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସେମାନଙ୍କ ଉପରେ ଉଗ୍ରବାଦୀମାନେ ଗୁଳିମାଡ଼ କରିଥିଲେ। ମୃତକମାନେ ହେଲେ ସୁନାଲାଲ କୁମାର (୧୮) ଏବଂ ଦାଶରଥ କୁମାର (୧୭)। ଉଭୟ ବିହାରର ଯାଦବପୁର ଥାନା ଅନ୍ତର୍ଗତ ଗୋପାଳଗଞ୍ଜ ଜିଲ୍ଲାର ରାଜୱାହି ଗାଁର ବାସିନ୍ଦା ବୋଲି କୁହାଯାଉଛି। ପ୍ରକାଶ, ଗତ ୧୯ ମାସ ଧରି ମଣିପୁରରେ ହିଂସାର ନିଆଁ ଜଳୁଛି। ଏପର୍ଯ୍ୟନ୍ତ ଶହ ଶହ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ହଜାର ହଜାର ପରିବାରଙ୍କୁ ଘର ଛାଡି ରିଲିଫ କ୍ୟାମ୍ପରେ ରହିବାକୁ ପଡୁଛି। ତେବେ ଶାନ୍ତ ହେବା ପରିବର୍ତ୍ତେ ମଣିପୁର ଆହୁରି ହିଂସା ବଢ଼ିବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking