ନୂଆଦିଲ୍ଲୀ : ପଶ୍ଚିମ ଆଫ୍ରିକ୍ରୀୟ ଦେଶ ଗିନିଆରେ ଫୁଟବଲ ମ୍ୟାଚ ବେଳେ ହିଂସାକାଣ୍ଡ ଘଟିଛି । ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ରବିବାର ଗିନିଆ ଜେରିକୋରେ ଏକ ଫୁଟବଲ ମ୍ୟାଚ ଚାଲିଥିଲା । ମ୍ୟାଚବେଳେ ରେଫରୀୟଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଗ୍ୟାଲେରାରେ ବସିଥିବା ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାପରେ ଉତ୍ତ୍ୟକ୍ତ ଲୋକ ଅଚାନକ ମ୍ୟାଚ ଭିତରକୁ ପଶି ଆସିଥିଲେ । ଚାହୁଁଚାହୁଁ ନିମିଶକ ମଧ୍ୟରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା । ଆରମ୍ଭ ହୋଇ ଯାଇଥିଲା ହିଂସାତ୍ମକ ସଂଘର୍ଷ । ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ଏବେ ହସ୍ପିଟାଲରେ ଶହଶହ ମୃତଦେହ ପଡ଼ି ରହିଥିବା ନେଇ ସୂଚନା ମିଳିଛି । ଜେରିକୋର ହସ୍ପିଟାଲରେ ମୃତଦେହ ରଖିବାକୁ ଜାଗା ଅଭାବ ପଡ଼ିଥିବା ନେଇ ରିପୋର୍ଟ ଆସୁଛି ।