27.1 C
Bhubaneswar
Friday, March 14, 2025
Homeଦେଶ ବିଦେଶଚାକିରିରେ ସଂରକ୍ଷଣ ବିରୋଧରେ ହିଂସା; ୨୫ ମୃତ, ଶତାଧିକ ଆହତ

ଚାକିରିରେ ସଂରକ୍ଷଣ ବିରୋଧରେ ହିଂସା; ୨୫ ମୃତ, ଶତାଧିକ ଆହତ

ଢାକା: ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ବାଂଲାଦେଶରେ ଉଗ୍ରରୂପ ଧାରଣ କରିଛି ବିକ୍ଷୋଭ ପ୍ରଦର୍ଶନ । ଛାତ୍ରଗୋଷ୍ଠୀ ଓ ପୋଲିସ ମୁହାଁମୁହିଁ ହେବାରୁ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସୋମବାର ଠାରୁ ଢାକା ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଏହି ବିଦ୍ରୋହରେ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ ଜଣ ଢାକାର ଉତ୍ତରାଞ୍ଚଳର ହୋଇଥିବା ବେଳେ ୧୩ ଜଣ ପୋର୍ଟାଲ ସାମ୍ବାଦିକ ରହିଛନ୍ତି । ବାଂଲାଦେଶରେ ହିଂସା ଘଟଣାକୁ ନେଇ ସେଠାରେ ଥିବା ଭାରତୀୟଙ୍କୁ ସଜାଗ ରହିବାକୁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର । ଜରୁରୀ କାମ ନଥିଲା ବାହାରକୁ ନଆସିବାକୁ ଆଡଭାଇରୀରରେ କୁହାଯାଇଛି । ହସିନା ସରକାରଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଆନ୍ଦୋଳନ ତେଜିଛି । ଗତକାଲି ଶେଖ ହାସିନା ବିଟିଭିକୁ ସାକ୍ଷାତକାର ଦେଇଥିଲେ ।

ଏହାପରେ ଉକ୍ତ ସରକାରୀ ଟିଭି ଚ୍ୟାନେଲରେ ପଶି ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ । ଶତାଧିକ ଗାଡି ପୋଡିଯିବା ସହ କିଛି ଲୋକ ଭିତରେ ଫସି ରହିଥିଲେ । ପରିସ୍ଥିତି ଅଣାୟତ ହେବାରୁ ପୋଲିସ କଠୋର ନୀତି ଆପଣାଇଥିଲା । ବିକ୍ଷୋଭକାରୀ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହେବାରୁ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ବାଂଲାଦେଶରେ ଶିକ୍ଷାନୁଷ୍ଠାନ ଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ୧୯୭୧ ମସିହାରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏଥରେ ଲଢେଇ କରିଥିଲା ସ୍ୱାଧୀନତା ସଂଗ୍ରାମୀ ସନ୍ତାନଙ୍କୁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିଛି । ସୁପ୍ରମକୋର୍ଟ ସରକାରୀ ଚାକିରି ସଂରକ୍ଷଣରେ ରୋକ ରୋକ ଲଗାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ରାୟକୁ ଲାଗୁ କରୁନାହାନ୍ତି । ଏହି କୋଟାକୁ ବନ୍ଦ କରିବାକୁ ଦାବି କରୁଛନ୍ତି ବିକ୍ଷୋଭକାରୀ । ସେମାନଙ୍କ କହିବା ଅନୁଯାୟୀ, ଏକି କୋଟା ହସିନାଙ୍କ ସମର୍ଥକଙ୍କ ପାଇଁ ଲାଭଦାୟକ ହୋଇଥିବା ବେଳେ, ଭୋଦଭବ କରାଯାଉଛି । ତେଣୁ ଯୋଗ୍ୟତା ଆଧାରରେ ଚାକିରି ଦିଆଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking