28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଆମେରିକା ପାଇଁ ପରବର୍ତ୍ତୀ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା

ଆମେରିକା ପାଇଁ ପରବର୍ତ୍ତୀ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା

ନୂଆଦିଲ୍ଲୀ: ଆମେରିକା ଭଳି ଦେଶ ପାଇଁ ବରିଷ୍ଠ ଆଇଏଫ୍‌ଏସ୍ ଅଧିକାରୀ ବିନୟ ମୋହନ କ୍ୱାତ୍ରାଙ୍କୁ ପରବର୍ତ୍ତୀ ଭାରତୀୟ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦିଆଯାଇଛି ।  ଏସମ୍ପର୍କରେ କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିବୃତି ଜାରି କରି ସୂଚନା ଦିଆଯାଇଛି । ଶ୍ରୀ କ୍ୱାତ୍ରା ଜଣେ ଅବସରପ୍ରାପ୍ତ ଆଇଏଫ୍‌ଏସ୍ (ଭାରତୀୟ ବିଦେଶ ସେବା) ପଦାଧିକାରୀ ହୋଇଥିବା ବେଳେ ସେ ୨୦୨୨ରୁ ୨୦୨୪ ଯାଏ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ସଚିବ ଭାବେ (୩୪ତମ ) ମଧ୍ୟ କାର୍ଯ୍ୟ କରିଛନ୍ତି । ସେହିପରି ଫ୍ରାନ୍ସ ଏବଂ ନେପାଳରେ ମଧ୍ୟ ସେ ଭାରତ ପକ୍ଷରୁ ରାଷ୍ଟ୍ରଦୂତ ଭାବେ ନିଜ ଦାୟିତ୍ୱକୁ ସଚାରୁରୂପେ ନିର୍ବାହ କରିଛନ୍ତି । ସେହିପରି ଚୀନ୍‌, ଆମେରିକା ଏବଂ ୟୁରୋପ ସଂଘୀୟ ରାଷ୍ଟ୍ରଙ୍କ ସହ ଭାରତର ସମ୍ପର୍କକୁ ସୁଧାରିବାରେ ଏବଂ ଆଗକୁ ବଢ଼ାଇବା ଦିଗରେ ତାଙ୍କର ପାରିଦର୍ଶିତା ରହିଛି । ମୋଟାମୋଟି ବିଦେଶ ସେବା କ୍ଷେତ୍ରରେ ଶ୍ରୀ କ୍ୱାତ୍ରାଙ୍କ ପାଖରେ ୩୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି । ତେବେ ଆଜି ତାଙ୍କ ନାମ ଘୋଷଣା କରାଯିବା ପରେ ସେ ଖୁବ୍‌ଶୀଘ୍ର ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି । ସମ୍ପ୍ରତି ଆମେରିକାରେ ଭାରତ ପାଇଁ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନିର୍ବାହ କରିଆସୁଥିବା ତରନ୍‌ଜିତ୍ ସିଂ ସାନ୍ଧୁ ନିଜ କାର୍ଯ୍ୟକାଳରୁ ବିରତି ନେବା ପରେ ତାଙ୍କ ସ୍ଥାନରେ ଶ୍ରୀ କ୍ୱାତ୍ରା ଅବସ୍ଥାପିତ ହେବେ । ପ୍ରକାଶ, ୧୯୮୮ରେ ସେ ଭାରତୀୟ ବିଦେଶ ସେବାରେ ଯୋଗଦେଇଥିଲେ ।  ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ମଧ୍ୟ ସେ ୨୦୧୫ରୁ ୨୦୧୭ ଯାଏ ଜଏଣ୍ଟ ସେକ୍ରେଟାରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ନିକଟରେ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଏକ ଟ୍ୱିଟ୍ କରି ଶ୍ରୀ କ୍ୱାତ୍ରାଙ୍କ ଭାରତୀୟ ବିଦେଶ ନୀତିକୁ ବେଶ୍ ସତର୍କତାର ସହ ନିର୍ବାହ କରିବା ତଥା ତାଙ୍କ କାର୍ଯ୍ୟକାରିତାକୁ ବେଶ୍ ତାରିଫ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking