31.1 C
Bhubaneswar
Tuesday, March 10, 2026
Homeଓଡିଶାଥାନା ଆଗରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ଥାନା ଆଗରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ପୁରୀ: ପୁଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ନ୍ୟାୟ ଦାବିରେ ଗ୍ରାମବାସୀ ଥାନା ଆଗରେ ଧାରଣା ଦେଇ ବସିଛନ୍ତି । ପୁରୀ ଜିଲ୍ଲା ନିମାପଡା ଥାନା ଆଗରେ ମୃତ ଦେହ ରଖି ନ୍ୟାୟ ଦାବିରେ ରହିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ନିମାପଡା ଡିହବାରୀ ଅଞ୍ଚଳର ଯୁବକ ସୁବ୍ରତ ଭୋଇକୁ ଜଣେ ନାବାଳିକା ଅପହରଣ ମାମଲାରେ ପୋଲିସ ଥାନାକୁ ଉଠାଇ ଆଣିଥିଲା । ହେଲେ ଆଜି ସକାଳେ ଗାଁ ପଡିଆର ଏକ ଗଛରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା । ପୁଲିସ ନିର୍ଯାତନା ସହି ନପାରି ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ନ୍ୟାୟଦାବିରେ ମୃତଦେହ ରଖି ଥାନା ଆଗରେ ବସି ରହିଛନ୍ତି ଶତାଧିକ ଗ୍ରାମବାସୀ । ଅନ୍ୟପଟେ ପୋଲିସ କହିଛି ଯୁବକକୁ ଥାନାକୁ ଅଣାଯାଇନଥିଲା । ପରିବାର ଲୋକେ ମିଛ ଅଭିଯୋଗ କରୁଛନ୍ତି ବୋଲି ନିମାପଡା ଏସଡିପିଓ କହିଛନ୍ତି । ଏହି ଘଟଣାକୁ ନେଇ ଥାନା ମୁଖ୍ୟ ଗେଟ ତାଲା ପକାଇବା ସହ ନିମାପଡା ଥାନାର ଉତ୍ତେଜନା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking