ବ୍ୟୁରୋ : ଲୋକଙ୍କ ଡୋର ଷ୍ଟେପରେ ପହଞ୍ଚିବ ନ୍ୟାୟ ବ୍ୟବସ୍ଥା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟରେ ପ୍ରକ୍ରିୟା ଆରମ୍ଭ ହେବ । ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି । ପରେ ସମସ୍ତ ବ୍ଲକରେ ଖୋଲିବ ଗ୍ରାମ୍ୟ ନ୍ୟାୟାଳୟ । ଏଥିରେ ମଧ୍ୟସ୍ତତା ମାଧ୍ୟମରେ ମାମଲା ସମାଧାନ କରାଯିବ । ଗ୍ରାମ୍ୟ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିଯିବ । ଆଇନ ବ୍ୟବସ୍ଥା ଉପରେ ଚାପ କମିଯିବ । ଯାହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇପାରିବ ।