33.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଆରପାରିରେ ଚର୍ଚ୍ଚିତ ଟେଲିଭିଜନ ଷ୍ଟାର ବିକାଶ ସେଠୀ

ଆରପାରିରେ ଚର୍ଚ୍ଚିତ ଟେଲିଭିଜନ ଷ୍ଟାର ବିକାଶ ସେଠୀ

ମୁମ୍ବାଇ : ଆରପାରିରେ ଚର୍ଚ୍ଚିତ ଟେଲିଭିଜନ ଷ୍ଟାର ବିକାଶ ସେଠୀ । ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଅଭିନେତା ବିକାଶ ସେଠୀଙ୍କର ୪୮ ବର୍ଷ ବୟସରେ ପରଲୋକ ହୋଇଛି । ପରିବାର ଲୋକଙ୍କ ସୂଚନା ମୁତାବକ ତାଙ୍କର ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା ଜଣାପଡିଛି । ବିକାଶଙ୍କର ପତ୍ନୀଙ୍କ ସହ ଦୁଇଟି ପିଲା ମଧ୍ୟ ରହିଛନ୍ତି । ୨୦୨୧ ମସିହାରେ ବିକାଶ ନିଜ ପାଦରୁ ଅପରେଶନ କରିଥିଲେ । ଡାକ୍ତର ତାଙ୍କୁ ୨ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ବି ସେ ତା ପୂର୍ବରୁ କାମ ଆରମ୍ଭ କରିଦେଇଥିଲେ । ଯଦି ତାଙ୍କ କ୍ୟାରିୟର ବାବଦରେ କହିବା ତେବେ ସେ ‘ଦିଲ୍ ନା ଜାନେ କି.’, ‘ କହି ଡୋ ହୋଗା’, ‘କ୍ୟୁୟିକ ଶାସ୍ ଭି କଭି ବୋହୂ ଥ୍’, ଭଳି ଅନେକ ଲୋକପ୍ରିୟ ଧାରାବାହିକରେ କାମ କରି ଢେର ପ୍ରଶଂସା ସାଉଣ୍ଟିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking