31.1 C
Bhubaneswar
Tuesday, April 7, 2026
Homeଓଡିଶାବିଜେଡିରୁ ବିଜୟ ବେହେରାଙ୍କ ଇସ୍ତଫା

ବିଜେଡିରୁ ବିଜୟ ବେହେରାଙ୍କ ଇସ୍ତଫା

କଟକ: ଖ୍ରୀଷ୍ଟ ମହା ବିଦ୍ୟାଳୟର ପୂର୍ବତନ ସଭାପତି ତଥା କଟକ ଜିଲ୍ଲା ଯୁବ ବିଜେଡି ପୂର୍ବତନ ସଭାପତି ବିଜୟ କୁମାର ବେହେରା ବିଜେଡିର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। କିଛିବର୍ଷ ଧରି ରାଜ୍ୟ ସଂଗଠନ ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଇଛନ୍ତି ବୋଲି ସେ ଅଭିଯୋଗ କରିବା ସହ କେତେକ ମୁଷ୍ଠିମେୟ ଲୋକଙ୍କ ଦ୍ୱାରା ଦଳ ପରିଚାଳିତ ହେଉଥିବାରୁ ଗତ ସାଧାରଣ ନିର୍ବାଚନରେ ଦଳକୁ ପରାସ୍ତ ହେବାକୁ ପଡିଲା ବୋଲି ସେ ଅଭିଯୋଗ କରିଛନ୍ତି। ଶ୍ରୀ ବେହେରା ବିଜେଡିର ପ୍ରତିଷ୍ଠା ସମୟରେ ଜଣେ ଜଣାଶୁଣା ଯୁବନେତା ଭାବେ ଦଳଗଠନରେ ସକ୍ରିୟ ଭୁମିକା ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking