31.1 C
Bhubaneswar
Friday, March 27, 2026
Homeଦେଶ ବିଦେଶୱାୟନାଡରେ କଂଗ୍ରେସର ଜୋରଦାର ପ୍ରଚାର

ୱାୟନାଡରେ କଂଗ୍ରେସର ଜୋରଦାର ପ୍ରଚାର

ୱାୟନାଡ: କେରଳ ୱାୟନାଡରେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ପ୍ରଚାର। ଅଭିଯାନରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଆୟୋଜିତ ସାଧାରଣ ସଭାରେ ପ୍ରିୟଙ୍କା କହିଛନ୍ତି- ସତ୍ଯ ଲାଗି ହିଁ ଲଢୁଛନ୍ତି ରାଏବରେଲୀ ସାଂସଦ ରାହୁଲ। ଯେତେବେଳେ ରାହୁଲଙ୍କ ବିରୋଧରେ ଏକ ଅଭିଯାନ ଜାରି ରହିଥିଲା ସେତେବେଳେ ୱାୟନାଡବାସୀ ବୁଝିଥିଲେ ଯେ, ରାହୁଲ ସତ୍ଯ ଓ ଠିକ୍ ଲାଗି ହିଁ ଲଢୁଛନ୍ତି। ସେ ଆହୁରି କହିଛନ୍ତି ଯେ, ୱାୟନାଡ ମେଡିକାଲ କଲେଜ ଲାଗି ରାହୁଲଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ। ୱାୟନାଡରେ ଘୁଟଥିବା ମଣିଷ-ପଶୁ ମଧ୍ଯରେ ଚାଲିଥିବା ସଂଘର୍ଷର ମୁକାବିଲା ଦିଗରେ ପଦକ୍ଷେପ ନିଆଯିବ। ପ୍ରିୟଙ୍କା କହିଛନ୍ତି- ସଂସଦରେ ୱାୟନାଡବାସୀଙ୍କ ବିଷୟ ରାହୁଲ ଉଠାଇଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। କେନ୍ଦ୍ର ସରକାର ସର୍ବଦା ଧନୀମାନଙ୍କ ଲାଗି କାର୍ଯ୍ୟ କରୁଛନ୍ତି। ମାତ୍ର ସ୍ବାସ୍ଥ୍ଯସେବା, ନିଯୁକ୍ତି କ୍ଷେତ୍ରରେ ପଦକ୍ଷେପ ନେଉନାହାନ୍ତି। ସମାବେଶରେ ଭଉଣୀ ପ୍ରିୟଙ୍କାଙ୍କୁ ବିଜୟୀ କରିବା ଲାଗି ଆହ୍ବାନ ଦେଇଥିଲେ ରାହୁଲ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking